ଲିଙ୍ଗରାଜ ନାହାକଙ୍କ ନାଟକ ‘ଧର୍ମପୁତ୍ର’ ଲୋକାର୍ପିତ…

ବ୍ରହ୍ମପୁର : ଶ୍ଵାଶତୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ନାଟ୍ୟକାର ସମ୍ମିଳନୀ ଓ ନାଟ୍ୟ ଆଲୋଚନା ଚକ୍ର ଅବସରରେ ନାଟ୍ୟକାର ଲିଙ୍ଗରାଜ ନାହାଙ୍କଙ୍କ ନାଟକ ‘ଧର୍ମ ପୁତ୍ର’ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଷିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ତଥା ସଙ୍ଗୀତ ନାଟକ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ନବୀନ କୁମାର ପରିଡ଼ାଙ୍କ ଦ୍ଵାର ଲୋକାର୍ପିତ ହୋଇଯାଇଛି। ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ୱାଶତୀ ଅନୁଷ୍ଠାନର ସଭାପତି ରାମ ଚନ୍ଦ୍ର ଶାସମଲ ସଭାପତିତ୍ବ କରିଥିବା ବେଳେ ନାଟ୍ୟ ଚେତନାର ବିଶିଷ୍ଟ ନାଟ୍ୟବିତ ପ୍ରବୋଧ ପଟ୍ଟନାୟକ ମୁଖ୍ୟ ବକ୍ତା, ବରିଷ୍ଠ ନାଟ୍ୟକାର ମେଜର ରମା ରମା ରମଣ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ବିପିନ ମହାପାତ୍ର, ନାଟ୍ୟକାର ରମେଶ ମହାରଣା, ନାଟ୍ୟବିତ ଯାମିନିକାନ୍ତ ଦାସ,ନାଟ୍ୟକାର ଏନ୍ ରାମବାବୁ, ନାଟ୍ୟକାର କୃଷ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ବହୁ ନାଟ୍ୟକାର ଉପସ୍ଥିତ ଥିଲେ।ନାଟ୍ୟକାର ରବି ନାରାୟଣ ବେହେରା ଉକ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିବା ବେଳେ ନାଟ୍ୟକାର ଲିଙ୍ଗରାଜ ନାହାକ ଏହାର ସଂଯୋଜନା କରିଥିଲେ। ପ୍ରକାଶ ଥାଉ କି ନାଟକ ଧର୍ମ ପୁତ୍ର ହେଉଛି ଏକ ଭିନ୍ନ ସ୍ୱାଦର ନାଟକ, ଯେଉଁଥିରେ ଲୋକନାଟକ ପ୍ରହଲ୍ଲାଦ ନାଟକକୁ ସନ୍ନିବେଶିତ କରାଯାଇଛି।

nis-ad
Leave A Reply

Your email address will not be published.