ଭିନ୍ନ ଜାତିରେ ପ୍ରେମ ବିବାହ ଲାଗି ହରିଜନ ସଵର୍ଣ୍ଣ ମଧ୍ୟରେ ବାଛନ୍ଦ, ମାମଲା ଥାନାରେ…

ରାଜନଗର : ସମାଜରେ ବାସ କରୁଥିବା ମନୁଷ୍ୟ ଆଜି ତାର ହିତାହିତ ଜ୍ଞାନ ହରାଇ ଅମାନୁଷିକ ଭାଵେ ନିଜର ଅହଙ୍କାରକୁ ଚରିତାର୍ଥ କରିବାକୁ ଜାତି ଭେଦ ଭଳି କୁତ୍ସିତ କାର୍ଯ୍ୟ ଆପଣାଇବାକୁ ପଛଘୁଞ୍ଚା ଦେଵାକୁ ମନ ବଳେ ନାହିଁ। ଆଜିର ଦୁନିଆଁରେ ଵଦଳିଛି ଯୁଗ ଵଦଳିଛି ସମୟ ବଦଳିଛି ମାନସୀକତା ସହ ଉଚ୍ଚଶିକ୍ଷାରେ ଧରାପୃଷ୍ଟରୁ ଚନ୍ଦ୍ରମଣ୍ଡଳରେ କଳ୍ପନାତିତ କାର୍ଯ୍ୟ କରି ଫେରୁଛନ୍ତି । କିନ୍ତୁ ଏହି ସମାଜରେ କିଛି ଭାଇଚାର ବଜାଇ ରଖୁନଥିବା ଅବିବେକି ଜନତା ଗ୍ରାମାଞ୍ଚଳରେ ଜାତିଆଣା ପ୍ରଥା ଉପରେ ଗୁରୁତ୍ଵ ଆରପ କରି ହରିଜନ ସବର୍ଣ୍ଣ ମଧ୍ୟରେ ଵିବାଦ ସୃଷ୍ଟି ହୋଇ ଶେଷରେ ନିଆଁ ପାଣି ଓ ଦେବାଳୟ ଭଳି ପଵିତ୍ର ସ୍ଥାନକୁ ଯିବାକୁ ରୋକ୍ ଲଗାଇ ଦେଇଛନ୍ତି। ଏପରି ନାଟକକୁ ରାଜନୈତିକ ନିର୍ବାଚିତ ପ୍ରତିନିଧି ମାନେ ସମାଧାନ କରିବା ପରିବର୍ତ୍ତେ ନିଜର ଫାଇଦା ପାଇଁ ଦଳିୟ ଢଙ୍ଗରେ ଠେଲି ଦେଇ ଲୋକପ୍ରତିନିଧିର ମାନଵିକତା ହରାଇ ବସିଥିବାରୁ ବିବାଦିଅ ଜଟିଳ ହୋଇ ମାମଲା ପୋଲିସ ଥାନାରେ ପହଁଞ୍ଚି ଅଛି। ଏପରି ଅମାନଵୀୟ ଅମାନୁଷିକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଢୋଲମରା ଗାଁ ରେ। ଏହି ଗ୍ରାମରେ ମୋଟ 95 ପରିବାର ବସବାସ କରନ୍ତି,ସେଥିମଧ୍ୟରୁ ସଵର୍ଣ୍ଣ 80 ଘର ଓ ହରିଜନ ମାତ୍ର15 ଘର। ପୂର୍ବରୁ ଏଠାରେ ଭାଇଚାରା ବଜାଇ ରଖି ସମସ୍ତ ଗ୍ରାମରେ ସାମାଜିକ ପ୍ରଥା ଅନୁସାରେ ମିଳିମିଶି ଗ୍ରାମର ସବୁ କାର୍ଯ୍ୟ ସୁରୁଖୁରେ କରୁ ଥିଲେ, ଯାହାକି ଏଥି ପୂର୍ବରୁ କୌଣସି ଜାତିଆଣ ନେଇ ଵିଵାଦ ଦେଖା ଦେଇନଥିଲା। ତେବେ ହରିଜନ ସମ୍ପ୍ରଦାୟର ସ୍ତ୍ରୀ ଓ ପୁରୁଷଙ୍କ କହିବା ଅନୁଯାଇ ସଵର୍ଣ୍ଣ ସମ୍ପ୍ରଦାୟର ଲୋକମାନେ ଏଵେ ହରିଜନ ମାନଙ୍କୁ ଅତି ତୁଛ ଭାବି ନିଆଁ ପାଣି ଵନ୍ଦ କରିବା ସହିତ ଗାଁ ଦେଵାଳୟକୁ ଯିବାକୁ ବାରଣ କରିଛନ୍ତି। ଏହାର ମୁଖ୍ୟ କାରଣ ରହିଛି ଜଣେ ସଵର୍ଣ୍ଣ ଝିଅକୁ ହରିଜନ ପୁଅ ଦୁଇଵର୍ଷ ହେଵ ପ୍ରେମ ବିବାହ କରି ସ୍ଵାମୀ ସ୍ତ୍ରୀ ଭାଵେ ସପରିବାରେ ରହି ଆସୁଛନ୍ତି। ସଵର୍ଣ୍ଣ ଝିଅକୁ ହରିଜନ ପୁଅ ଆଣିଥିବାରୁ ସଵର୍ଣ୍ଣମାନେ ଏକଯୁଟ ହୋଇ ହରିଜନମାନଙ୍କୁ ନିଆଁ ପାଣି ଓ ଦେଵାଳୟକୁ ଯିବା ବନ୍ଦ କରିଥିବା ନେଇ ହରିଜନ ସମ୍ପ୍ରଦାୟର ପୁରୁଷ ମହିଳା ମିଡିଆ ଆଗରେ କହିଛନ୍ତି। ଏଘଟଣାକୁ ସଵର୍ଣ୍ଣ ସମ୍ପ୍ରଦାୟର ଲୋକମାନେ ଏପରି ବାରଣ କାର୍ଯ୍ୟକୁ ବନ୍ଦ କରି ନାହାଁନ୍ତି ଵୋଲି ସଫେଇ ଦେଇଛନ୍ତି। ଘଟଣାର ମୋଡ ରାଜନୈତିକ ଆଡକୁ ଗତି କରିଥିଵାରୁ ହରିଜନଵ୍ୟକ୍ତି ମାନେ ଗତ କାଲି ରାଜନଗର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପରସ୍ପର ଏପରି ହୀନମାନସୀକତାର ଵହୁ ଉର୍ଦ୍ଧ୍ୱରେ ରହି ମିଳିମିଶି ଗାଁରେ ଭାଇଚାରା ବଜାଇରଖି ଚଳପ୍ରଚଳ କରିବାକୁ ଅଞ୍ଚଳ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

nis-ad
Leave A Reply

Your email address will not be published.