ପିଏମ୍‌ଇଜିପିରେ ଋଣରେ ଠକେଇ….

ନ୍ୟାୟ ପାଇଁ ରାଜ୍ୟ ଖାଉଟି ଅଦାଲତର ଦ୍ବାରସ୍ଥ ହେଲେ ଯୁବକ

ହିଞ୍ଜିଳିକାଟୁ (୨୨/୧୧) : ଯୁବକଯୁବତୀମାନଙ୍କୁ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ କରିବା ପାଇଁ ସୁବିଧାରେ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପିଏମଇଜିପି ଦ୍ବାରା ବହୁ ଯୁବକଯୁବତୀ ଋଣ ପାଇ ସ୍ବାବଲମ୍ବୀ ହୋଇପାରୁଛନ୍ତି । ଵ୍ୟାଙ୍କ ଋଣ ଦେଇ ବଡ ଧରଣର ଠକେଇ ଅଭିଯୋଗ । ମ୍ୟାନେଜର ଓ ବିଭିନ୍ନ ସଂସ୍ଥା ମିଳିମିଶି ଯୁବକ ଙ୍କୁ ଋଣ ଦେଇ ଠକିଥିବା ଅଭିଯୋଗ ‌। ଏହି ଋଣ ନେଇ ହଟହଟା ହୋଇଛନ୍ତି ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଲକ୍ ସାରୁ ଗ୍ରାମର ରଜନୀକାନ୍ତ ପାଣିଗ୍ରାହୀ । ବ୍ୟାଙ୍କରୁ ଋଣ ନେଇ ଠକାମିର ଶିକାର ହେବା ସହିତ ନିମ୍ନମାନର ତ୍ରୁଟିପୂର୍ଣ ମେସିନ୍ ପାଇଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଜିଲ୍ଲା ଖାଉଟି ଅଦାଲତରେ ମାମଲା ୨୦୨୧ ରେ ରୁଜୁ କରିଥିଲେ। ହେଲେ ନ୍ୟାୟ ନମିଳିବାରୁ ଏବେ ରଜନୀକାନ୍ତ ରାଜ୍ୟ ଖାଉଟି ଅଦାଲତର ଆଶ୍ରୟ ନେଇଛନ୍ତି ।
ରଜନୀକାନ୍ତଙ୍କ କହିବା ଅନୁସାରେ ସେ ତାଙ୍କର ବାପା ଦୁଃଖୀଶ୍ୟାମ ପାଣିଗ୍ରାହୀଙ୍କ ନାମରେ 9090660 ପିଏମ୍‌ଇଜିପିରେ ସାରୁ ସ୍ଥିତ ଏସ୍‌ଵିଆଇ ଶାଖରୁ ୧୫ ଲକ୍ଷ ଟଙ୍କା ଜଣ ଆବେଦନ କରିଥିଲେ । ଏଥିରେ ତତ୍କାଳୀନ ଶାକ୍ଷା ପରିଚାଳକ ପିଏମ୍‌ଜିପିରେ ୧୦ଲକ୍ଷ ଓ ଅନ୍ୟାନ୍ୟ ଯୋଜନାରେ ୫ଲକ୍ଷ ଋଣ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୦୧୯ ରେ ଆବେଦନ ପରେ ୨୦୨୦ ମାର୍ଚ୍ଚ ମାସରେ ଋଣ ଟଙ୍କା ମିଳିବା ପରେ ଶାଖା ପରିଚାଳକ ଭୁବନେଶ୍ଵର ସ୍ଥିତ ଏକ ନିର୍ଦ୍ଦିଷ୍ଟ ସଂସ୍ଥାରୁ ମେସିନ୍ କିଣିବାକୁ ପରାମର୍ଶ କରିଥିଲେ । ସେ ସମୟରେ କୋଭିଡ୍ ଆରମ୍ଭ ହୋଇଥାଏ। ମେସିନ ଆଣିବା ପୂର୍ବରୁ ମେସିନ ଉପରେ ଯାଚଂ କରି କିଣିବି ବୋଲି କହିଥିଲେ । ଅନ୍ୟ ପକ୍ଷରେ ତୁରନ୍ତ ମେସିନ୍‌ ନଆଣିଲେ ରଣ ଟଙ୍କା ଫେରାଇ ନିଆଯିବ ବୋଲି ତାଙ୍କୁ ବ୍ୟାକ୍ ତରଫରୁ କୁହାଯାଇଥିଲା। ଫଳରେ ରଜନୀକାନ୍ତ ବାଧ୍ୟ ହୋଇ ଜୁନ ମାସରେ ଭୁବନେଶ୍ଵରର ସେହି ସଂସ୍ଥା ଠାରୁ ଚା କପ୍ ତିଆରି ମେସିନ୍ କିଣିଥିଲେ। ବିଜୁ ରଜନୀକାନ୍ତର ଯେଉଁ ମେସିନ୍ କ୍ରୟ କରିବାକୁ ଚାହୁଁଥିଲେ ତାହା ନଦେଇ ଏକ କମ୍ ଦାମର ମେସିନ୍ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ‌ମେସିନ ବାରମ୍ବାର ଖରାପ ହେବାରୁ ଏନେଇ ସଂପୃକ୍ତ ମ୍ୟାନେଜର ଓ ମେସିନ ବିକ୍ରି କରିଥିବା ସଂସ୍ଥା ସହ ଯୋଗାଯୋଗ କରିଥିଲେ। ସେଠାରୁ ସନ୍ତୋଷ ଜନକ ଉତ୍ତର ନଂ ମିଳିବାରୁ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଲେ । ଏ ନେଇ ରଜନୀକାନ୍ତ ଜିଲ୍ଲା ଖାଉଟି ଅଦାଲତରେ କେମ୍ ନମ୍ବର ୧୫/୨୦୨୧ରେ ମାମଲା ରୁଜୁ କରିଥିଲେ । ଏଥିରେ ସେ ମେମିନ୍ ର ଯୋଗାଇଥିବା ସଂସ୍ଥା ଓ ତତ୍କାଳୀନ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପକ୍ଷଭୁକ୍ତ କରିବା ସହ ସେ ପ୍ରଧାନମନ୍ତ୍ରୀ, ଲୋକପାଳ, ଲୋକଯୁକ୍ତ,ଆର୍‌ବିଆଇ ଗଭର୍ଣ୍ଣର୍ ଓ ୫-ଟି ସଚିବ ପ୍ରମୁଖଙ୍କୁ ଚିଠି ଲେଖିଥିଲେ। ଏହାପରେ ମଧ୍ୟ କୌଣସି ସମାଧାନ ନହେବାରୁ ସେ କୋର୍ଟ ବାହାରେ ଧାରଣା ଦେଇଥିଲେ। ଶେଷରେ ତାଙ୍କର ମାମଲାର ଶୁଣାଣି ହୋଇ ୨୦୨୩ ଫେବ୍ରୁଆରି ୧୪ ତାରିଖରେ ରାୟ ଆସିଥିଲା ରାୟ ରଜନୀକାନ୍ତଙ୍କ ସପକ୍ଷରେ ରହିଥିଲେ ସୁଦ୍ଧା ସେ ନ୍ୟାୟ ପାଇ ନଥିଲେ। ତ୍ରୁଟିପୂର୍ଣ୍ଣ ମେସିନ୍ ପରିବର୍ତନ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ୨୫ହଜାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଗଜନୀଳାରଆବେଦନ କରିଥିବା ଅନୁସାରେ ସମ୍ପୃକ୍ତ ସଂସ୍ଥା ଓ ବ୍ୟାନ୍ ଶାଖା ପରିଚାଳକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟ ରାୟ ଦେଇ ନଥିଲେ । ଏଣୁ ଜିଲ୍ଲା ଖାଉଟି ରଜନୀକାନ୍ତ କଟକ ସ୍ଥିତ ରାଜ୍ୟ ଖାଉଟି ଅଦାଲତର ଦ୍ବାରସ୍ତ ହୋଇଛନ୍ତି। ଏହି ଋଣ ନେଇ ସେ ଠକାମିର ଶିକାର ହେବା ସହିତ ମାନସ୍ତରରେ ବହୁ ଆଘାତ ପାଇଛନ୍ତି । ଏଣୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଋଣ ଛାଡ଼ କରିବା ଓ କ୍ଷତିପୂରଣ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ପ୍ରକାଶ ଥାଉ କି, ସାରୁ ଏସ୍‌ବିଆର ଶାଖାରେ ଋଣ ଟଙ୍କା ଠକାମିକୁ ନେଇ ହିଂଜିଳି ଥାନାରେ ଗତମାସରେ କେସ୍ ନମ୍ବର ୬୬୯/୨୩ ଦଫା ୨୯୪/୪୦୬/୪୨୦/୫୦୬ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ଏହି ଘଟଣାର ନିରପେକ୍ଷ ତଦର କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରଜନୀକାନ୍ତ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.