ମାତୃ ମୃତ୍ୟୁହାର କମାଇବାରେ ଆନୁଷ୍ଠାନିକ ପ୍ରସବର ଭୂମିକା ଶୀର୍ଷକ ଆଲୋଚନା ଚକ୍ର…

ଫୁଲବାଣୀ- ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସେବା ମଧ୍ୟରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଶିଶୁ ଓ ମାତୃ ମୃତ୍ୟୁହାର କମାଇବାରେ ଆନୁଷ୍ଠାନିକ ପ୍ରସବର ମହତ୍ଵ ଯଥେଷ୍ଟ ଅଧିକ । ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ସମସ୍ତ ଗର୍ଭବତୀଙ୍କୁ ଘରୋଇ ପ୍ରସବରୁ ନିବୃତ କରାଇବା ଏକ କଷ୍ଟକର ବ୍ୟାପାର ।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ସ୍ବାତୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ, କନ୍ଧମାଳଙ୍କ ମିଳିତ ସ‌ହ‌ ସହଯୋଗରେ ଟିକାବାଲି ଠାରେ ଏକ ମା ଗୃହ ପରିଚାଳିତ ହୋଇ ଆସୁଅଛି ଏବଂ କଇଁଝର ଅଂଚଳର ଅଧିବାସୀ ମାନେ ମଧ୍ୟ ଏଥିରୁ ଲାଭବାନ ହେଉଛିନ୍ତି । କିନ୍ତୁ ଅବୁଝା ଭାବେ ରହିଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ଗ୍ରାମ ପଞ୍ଚାୟତ ବୈଠକ ଗୃହ କେନ୍ଦ୍ର ଠାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରକାଶ କହଁର ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳ ରେ ଥିବା ଅନ୍ଧବିଶ୍ଵାକୁ ଦୂରେଇ ଅନୁଷ୍ଠାନରେ ପ୍ରସବ କରାଇବାକୁ ଆହ୍ଵାନ ଦେଇଥିଲେ, ତତ୍ ସହିତ ମହିଳା ପରିଦର୍ଶିକା ସଂଜୁଲତା ନନ୍ଦ ଓ ସ୍ବାସ୍ଥ୍ୟ ଓ କଇଁଝର ଆରୋଗ୍ୟ କେନ୍ଦ୍ରର ସି.ଏଚ୍.ଓ ବାଲ୍ୟବିବାହ ହେବା ଦ୍ଵାରା କିପରି ମାତୃ ଓ ଶିଶୁ ମୃତ୍ୟୁହାର ବଢୁଛି ତାହା ଉପସ୍ଥାପନା କରିଥିଲେ ଏବଂ ମା ଗୃହରେ ରହି ଡାକ୍ତରଖାନାରେ ପ୍ରସବ ହେବା ନିମନ୍ତେ ବୁଝାଇଥିଲେ । ଅନୁଷ୍ଠାନ ତରଫରୁ ମାମିନା କହଁର ଉପସ୍ଥିତ ରହି ସୁରକ୍ଷିତ ମାତୃତ୍ଵ ଲାଭ ନିମନ୍ତେ ଆନୁଷ୍ଠାନିକ ପ୍ରଶବରର ଗୁରୁତ୍ଵକୁ ବୁଝାଇବା ସହ ମା ଗୃହର ସେବା କିପରି ସଂଯୋଗିକରଣ କରୁଛି ତାହା ଜଣାଇଥିଲେ । ମା ଗୃହ ତରଫରୁ ସୁନେର୍ମିଆ ଦିଗାଲ ଦିଆଯାଉଥିବା ସେବାଗୁଡିକ ବିଷୟରେ ବିସ୍ତୃତ ବିବରଣୀ ରଖି କିପରି ସମସ୍ତ ଗର୍ଭବତୀ ସେଠାକୁ ଆସି ସୁରକ୍ଷିତ ମାତୃତ୍ଵ ଲାଭ କରିପାରିବେ ତାହା ଅନୁରୋଧ କରିଥିଲେ । ସ୍ଥାନୀୟ ଏ.ଏନ.ଏମ. ଶିବାନି ପଣ୍ଡା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ବାଞ୍ଛାନିଧି ନାୟକ ଉପସ୍ଥିତ ରହି ସ୍ଥାନୀୟ ଅଂଚଳରେ ଥିବା ଗୁଣି ଗାରେଡି ବିଶ୍ଵାସ ବିଷୟରେ ଉପସ୍ଥାପନା କରିବା ସହ ମା ଓ ଶିଶୁ ସୁସ୍ଥ ରହିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ୫୦ ରୁ ଉର୍ଦ୍ଧ୍ବ କିଶୋରୀ ବାଳିକା ପ୍ରସ୍ତୁତି ଓ ଗର୍ଭବତୀ, ଉପସ୍ଥିତ ଥିବା ବେଳେ କୋଡିଏ ରୁ ଉର୍ଦ୍ଧ୍ବ ଆଶା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.