ମାଲକାନଗିରି ମୁଖ୍ୟଚିକିତ୍ସାଳୟରେ ଉଦଘାଟିତ ହେଲା୧୦ ଟି ୧୦୮ ଆମ୍ବୁଲାନ୍ସ…

ମାଲକାନଗିରି : ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମାଲକାନଗିରି ମୁଖ୍ୟଚିକିତ୍ସାଳୟରେ ଉଦ୍ଘାଟିତ ହେଲା ୧୦ ଟି ୧୦୮ ଆମ୍ବୁଲାନ୍ସ । ଆଜି ଏହି ଉଦ୍ଘାଟନ ସମାରହରେ ମାଲକାନଗିରି ଜିଲ୍ଲା ବି ଜେ ଡି ଉପାଧକ୍ଷ ଜିଲ୍ଲା ପରିଷଦ ପତିତ ପାବନ ବୈଦ୍ୟ ଓ ମୁଖ୍ୟଚିକିତ୍ସାଳୟର ସମସ୍ତ ଅଧିକାର ଉପସ୍ଥିତ ରହି ଏହି ଶୁଭକାର୍ଯ୍ୟକୁ ସମ୍ପାଦନ କରିଥିଲେ। ମାଲକାନଗିରି ଜିଲ୍ଲାରେ ଏହି ୧୦ ଟି ୧୦୮ ଆମ୍ବୁଲାନ୍ସ ସକ୍ରିୟ ହେବା ପରେ ମାଲକାନଗିରି ଜନସାଧାରଣ ମନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ମାଲକାନଗିରି ଗୋଟିଏ ଉପାନ୍ତ ଅଂଚଳ ହୋଇଥିବାରୁ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକ ଚିକିତ୍ସା କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଏପରି ବଡ଼ ପଦକ୍ଷେପ ଲୋକଙ୍କ ଯୋଗୁଁ ଏହା ଜିଲ୍ଲାପାଇଁ ବରଦାନ ପାଲଟିବ। ଦୀର୍ଘ ଦିନରୁ ମାଲକାନଗିରି ବାସୀଙ୍କ ଦୁଖଃସହ ସାମିଲ ହୋଇ ଆଜି ଦେଇଥିବା ୧୦ ଟି ୧୦୮ ଆମ୍ବୁଲାନ୍ସ ପାଇବାପରେ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହେବା ସହ ଆଗାମୀ ଦିନରେ ଏହା ଏକ ବିରାଟ ପରିବର୍ତ୍ତନ ହେବ ବୋଲି ଜିଲ୍ଲାବାସୀଙ୍କ ମନରେ ଆଶା ସଂଚାର ହେଇଅଛି । ରାଜ୍ୟ ସରକାରଙ୍କ ଏହିଭଳି ପଦକ୍ଷେପକୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.