ବ୍ଲକସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ଚିକିଟୀ : ଚିକିଟୀ ବ୍ଲକ ଗିରିସୋଲା ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ୟାଇ.ଉମା ଜୟନ୍ତୀ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ସମ୍ମାନୀୟ ଅତିଥିଭାବେ ଯୋଗଦେଇ ବ୍ଲକ ଅଧକ୍ଷ ଆପନ୍ନା ସେଠୀ, ବିଆରସିସି ସଂଯୁକ୍ତା ରଥ, ଏ ବିଇଓ ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଏନ. ନାଗରାଜୁ, ସରପଞ୍ଚ ଡି. ଆଲିଶା ପ୍ରମୁଖ ମଞ୍ଚାସିନ ରହି ବିଜ୍ଞାନ ଓ ବିଜ୍ଞାନ ର ଉପକାରିତା ସହ ଆଗାମୀ ଭବିଷ୍ୟତରେ ଏହାହିଁ ପରିବେଶକୁ ଅଧିକ ନୀର୍ଭରଯୋଗ୍ୟ ବୋଲି ତାହା ଉପରେ ଆଲୋକପାତ କରିଥିଲେ। ବ୍ଲକ ର ୧୨୦ ଗୋଟି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବେଳେ ୧୪୭ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥି ମଧ୍ୟରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେଳାଝୁରି,ମଦନ ମୋହନ ନୋଡାଲ ହାଇସ୍କୁଲ, ଡଭାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନୂଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରିବାସହ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଲାଗି ମନୋନୀତ କରାଯାଇଛି। ଗିରିସୋଲା କ୍ଲଷ୍ଟର ସିଆରସିସି ବଦ୍ରୀନାଥ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.