ଲମ୍ବା ଲାଇନରେ ଛିଡା ହୋଇ ଅଚେତ୍ ହେଲେ ଭକ୍ତ

MixCollage-20-Nov-2023-02-32-PM-6861-750x430

ପୁରୀ: ଚାଲିଛି ଧର୍ମମାସ କାର୍ତ୍ତିକ  । ଆଉ ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ଲମ୍ବା ଲାଇନରେ ଛିଡା ହୋଇ ମହାପ୍ରଭୂଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଭଳି ପରିସ୍ଥିତିରେ ଜଣେ ମହିଳା ଶ୍ରଦ୍ଧାଳୁ ଅଚେତ୍ ହୋଇପଡିଥିବା ଦେଖିବାକୁ ମିଳିଛି । ଭକ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି  ।

ସେପଟେ ଆଜି ବଡଠାକୁରଙ୍କୁ  ହରିହର ବେଶରେ ସଜ୍ଜିତ କରାଯାଇଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି  । ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି । ବିଶ୍ବାସ ରହିଛି ଏହି ବେଶରେ ମହାପ୍ରଭୂଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ । ତେଣୁ ଆଜି ଲମ୍ବା ଧାଡିରେ ଛିଡା ହୋଇ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ।

nis-ad
Leave A Reply

Your email address will not be published.