ଆଙ୍କୋରଡ଼ାରେ ମା’ମହୁରୀ କାଳୁଆଙ୍କ ଯାତ୍ରା ଆରମ୍ଭ…

ହିଞ୍ଜିଳିକାଟୁ, ୧୯/୧୧ : ହିଞ୍ଜିଳିକାଟୁ ଅଙ୍କୋରଡ଼ା ଗ୍ରାମର୮ ଦିନ ବ୍ୟାପି ମା’ ମହୁରୀ କାଳୁଆଙ୍କ ଯାତ୍ରା ରବିବାର ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିବସ ରବିବାର ମା’ଙ୍କ ଆଗମନ ପରେ ଶାଲା ସଂସ୍କାର ପରେ ମା’ଙ୍କୁ ଗ୍ରାମର ଅସ୍ଥାୟୀ ମନ୍ଦିରରେ ଅବସ୍ଥାନ କରାଯାଇଥିଲା । ଯାତ୍ରାତ୍ସବ ସକାଶେ ଗ୍ରାମକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ କରାଯାଇଛି । ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣର୍କୁମ୍ଭ ସ୍ଥାପନ ସହ ସନ୍ଧ୍ୟାରେ ଧୂପ ଦୀପ ଓ ନୈବେଦ୍ୟ ଅର୍ପଣ ପୂର୍ବକ ମା’ଙ୍କୁ ସ୍ବାଗତ କରାଯାଇଥିଲା । ବିଭିନ୍ନ ବାଦ୍ୟ ବାଜଣା, ଘଟଁ କାହାଳୀର ତାଳେ ତାଳେ ମା’ ମହୁରୀକାଳୁଆଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ।

ମଙ୍ଗଳବାର ୨୧ତାରିଖ ଠାରୁ ଅଧିବାସ ଓ ୨୪ ପ୍ରହର ନାମଯଜ୍ଞ ହୋଇଥିଲା । ୨୪ ତାରିଖରେ ନାମଯଜ୍ଞ ପୂର୍ଣାହୁତି ଓ ଅନ୍ତଯଜ୍ଞ, ୨୫ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୨୬ ତାରିଖରେ ମା’ଙ୍କୁ ନଗର ପରିକ୍ରମା ପରେ ମେଲାଣି ଦିଆଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଯାତ୍ରା ପରିଚାଳନା କମିଟି ସଭାପତି ନିଳମଣୀ ପଟ୍ଟନାୟକ, କମିଟି ବୃନ୍ଦ ସୁନିଲ ନାହାକ, ପ୍ୟାରୀମୋହନ ପାଢି, କିରଣ ନାହାକ, ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଯୁଧିଷ୍ଠିର ସ୍ଵାଇଁ, ଯୋଗିନ୍ଦ୍ର ଖାଡ଼ଙ୍ଗା, ସନାତନ ନାହାକ, କିରଣ ପଟ୍ଟନାୟକ, କୃଷ୍ଣ ସାହୁ, ବିଜୟ ନାହାକ, ରାଜାରାମ ସ୍ଵାଇଁ, ସଞ୍ଜୟ କୁମାର ସ୍ବାଇଁ, ପିଙ୍କୁ ନାହାକ, ରବିନ୍ଦ୍ର ପଣ୍ଡାଙ୍କ ସମେତ ଗ୍ରାମ୍ୟ କମିଟି, ପୂଜା କମିଟି, ଯାତ୍ରା ପରିଚାଳନା କମିଟି କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତ ମା’ଙ୍କ ଘଟ ପରିକ୍ରମା ସମୟରେ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ସକାଶେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି ଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

nis-ad
Leave A Reply

Your email address will not be published.