ଏସ.ଏସ.ଭିଏମର ୩୫ତମ ବାର୍ଷିକ କ୍ରୀଡ଼ା ସମାରୋହ

ଫୁଲବାଣୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀର ୩୫ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ମାଦିକୁନ୍ଦା ରିଜର୍ଭ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ବୀର ସିଂ ଶବର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି.ଶିବଶଙ୍କର ପାତ୍ର,ଉପଦେଷ୍ଟା ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା,ଶୈକ୍ଷିକ ସଭାପତି ବାସୁଦେବ ପ୍ରହରାଜ, କୋଷାଧ୍ଯକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟରପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେହିପରି ସମାରୋପ କାର୍ଯ୍ୟକ୍ରମରେ ଉପରୋକ୍ତ ସମସ୍ତ ଅତିଥିଙ୍କ ସମେତ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ମୁରଲୀ ଧର ସେଠୀ,ସମ୍ମାନିତ ଅତିଥି ରଙ୍କନିଧି ବେହେରା(ଅତିରିକ୍ତ ସମ୍ପାଦକ, ଭାରତ ସ୍କାଉଟ ଓ ଗାଇଡ଼) ଓ ଶୈକ୍ଷିକ ସଦସ୍ୟ ଶିବାଜୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।ପ୍ରାୟ ୧୦୦୦ଜଣ ଶିଶୁ ଉକ୍ତ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ।ପ୍ରାକ ବିଭାଗରେ ଚମ୍ପିୟାନ ହେମରାଜ ପ୍ରଧାନ(୨ୟ ଶ୍ରେଣୀ),ଅନନ୍ୟା ସାହୁ(୨ୟ ),ଶିଶୁ ବିଭାଗରେ ଚମ୍ପିୟାନ ଦିବ୍ୟା°ଶା ପରିଡ଼ା(୫ମ), ଅରମାନ ବେହେରା(୫ମ),ବାଲ ବିଭାଗର ଚମ୍ପିୟାନ ଶ୍ରବଣ କହଁର(୮ମ),ପ୍ରଜ୍ଞା ପରିମିତା ମଲ୍ଲିକ(୭ମ)ଓ ମାନସୀ ବିରୁଆ(୭ମ),କିଶୋର ବିଭାଗର ସେହିପରି ଓମ ଚନ୍ଦ୍ର କହଁର(୧୦ମ)ଓ ପ୍ରିୟଙ୍କା ବେହେରା(୧୦ମ) ଚମ୍ପିୟାନ ଭାବେ କୃତିତ୍ୱ ହାସଲ କରିଥିଲେ। ବାର୍ଷିକ କ୍ରୀଡ଼ାର ମୁଖ୍ୟ ଆକର୍ଷଣ ଥିଲା ଅଭିଭାବକ ଓ ଅଭିଭାବିକା,ଗୁରୁଜୀ ଓ ଗୁରୁମାମାନଙ୍କ ପ୍ରତିଯୋଗିତା।ଅଭିଭାବକମାନଙ୍କର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ବିଶ୍ୱଜିତ ଗୁରୁ(ପ୍ରଥମ),ପାର୍ଥ ସାରଥୀ ମଲ୍ଲିକ(ଦ୍ବିତୀୟ)ଓ ଚୈତନ୍ୟ କହଁର(ତୃତୀୟ)ସ୍ଥାନ, ଅଭିଭାବିକାମାନଙ୍କ (୫୦ ମିଟର)ଆଳୁ/ଚାମଚ ପ୍ରତିଯୋଗିତାରେ ଲିଜା ସାହୁ(ପ୍ରଥମ),ସୁକାନ୍ତି ନାୟକ(ଦ୍ୱିତୀୟ)ଓ ରମାକାନ୍ତି ନାୟକ(ତୃତୀୟ)ସ୍ଥାନ, ଗୁରୁଜୀମାନଙ୍କ ଥାଳିଆ ଫିଙ୍ଗା ପ୍ରତିଯୋଗିତାରେ ମିଲନ କୁମାର ସାହୁ(ପ୍ରଥମ),ରାଜେଶ କୁମାର ପ୍ରଧାନ(ଦ୍ଵିତୀୟ)ଓ ଅନ୍ତର୍ଯ୍ୟାମୀ ରାଉତ(ତୃତୀୟ)ସ୍ଥାନ ଏବଂ ଗୁରୁମାମାନଙ୍କ ଗୋଳା ଫିଙ୍ଗା ପ୍ରତିଯୋଗିତାରେ ମେନକା ରଣା(ପ୍ରଥମ),ନମ୍ରତା ପ୍ରଧାନ(ଦ୍ଵିତୀୟ)ଓ ସ୍ମିତା ଗୁରୁ(ତୃତୀୟ)ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଜୟୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ସମ୍ପାଦକ ଟି.ଶିବଶଙ୍କର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ଭାଇ ଓ ମିଲନ ଭାଇଙ୍କ ସଂଯୋଜନାରେ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏବଂ ସେବକ ସେବୀକା, ବାହାନ ଚାଳକ, ସହଯୋଗୀ , ଅଭିଭାବକ ଅଭିଭାବିକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।

nis-ad
Leave A Reply

Your email address will not be published.