ଦାରିଙ୍ଗବାଡିରେ ଶୀତ ଆସର ଅନୁଷ୍ଠିତ…

ଫୁଲବାଣୀ :ଓଡ଼ିଶାର କାଶ୍ମୀର ଓ ବରଫର ସହର ଦାରିଙ୍ଗାବାଡିଠାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀ ଓ ବନାନୀ ସାରସ୍ୱତ ପରିଷଦ ଆନୁକୂଲ୍ୟରେ କବିତାୟନ, ଆଲୋଚନା ପର୍ବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟର ଉପସଭାପତି ଅଶୋକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ତଥା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ କବିତା ଘରର ସମ୍ପାଦକ ଭାଗିରଥି ବେହେରା ଉଦଘାଟକ ଭାବେ ଯୋଗଦେଇଥିଲା ବେଳେ ଦାରିଙ୍ଗବାଡି ବି ଡ଼ି ଓ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟର ସମୃଦ୍ଧି ପାଇଁ କବିମାନେ ନିରନ୍ତର ବାସ୍ତବ ସାହିତ୍ୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ l ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର କନ୍ଧମାଳର କବି ଓ ସାହିତ୍ୟିକ ମାନଙ୍କର କୃତୀ ଉପରେ ଆଲୋକପାତ କରିଥିଲେ l

ଦାରିଙ୍ଗବାଡି ବଣିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ସାହୁ, ସାହିତ୍ୟିକ କପିଳ ଚନ୍ଦ୍ର ମହାନ୍ତି, ବନାନୀ ସାହିତ୍ୟ ପରିଷଦର ସଭାପତି ପତିତପାବନ ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ l ଜିଲ୍ଲା ଲେଖକ ସାମ୍ମୁଖ୍ୟର ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲା ବେଳେ ବନାନୀ ସାହିତ୍ୟ ପରିଷଦବର ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର , ହରପ୍ରିୟା ମିଶ୍ର, ଜ୍ୟୋତ୍ସ୍ନା କୁମାରୀ ପ୍ରଧାନଙ୍କ ମିଳିତ ସଂଯୋଜନାରେ ଶତାଧିକ କବି ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ l ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ସହ ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ମଞ୍ଚ ପରିଚାଳନା କରିଥିଲା ବେଳେ ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ସମର୍ଦ୍ଧନା ପର୍ବରେ ବିଭିନ୍ନ ଜିଲ୍ଲାର ସାହିତ୍ୟ ସଂଗଠନ ମାନଙ୍କୁ ସମର୍ଦ୍ଧନା କରାଯାଇଥିଲା l ଫୁଲବାଣୀ ରୁ ଡ଼ଃ ପୁର୍ନେନ୍ଦୁ ତ୍ରିପାଠୀ, ଦୁର୍ଯ୍ୟୋଧନ ପ୍ରଧାନ, ଶ୍ଵେତାଲିନ ବେହେରା , ରାଜେନ୍ଦ୍ର ନାୟକ, କଳ୍ପନା ଧଳ, ଦିଶା ଦେବଯାନୀ ଧଳ ପ୍ରଭୃତି ଯୋଗଦେଇ ବେଳେ ଜିଲ୍ଲା ଲେଖକ ସାମୁଖ୍ୟ ଓ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରକୁ ସମ୍ବର୍ଦ୍ଧିତ କରାଯାଇଥିଲା l

nis-ad
Leave A Reply

Your email address will not be published.