ଦୈନିକ ଖବରକାଗଜ ସକାଳ ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ…

ମାଲକାନଗିରି, ୧୯।୧୧ : ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଖବର କାଗଜର ତୃତୀୟ ସ୍ବନକ୍ଷତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ମହା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଅଧକ୍ଷ ଲିଙ୍ଗରାଜା ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ସେହିପରି ମଞ୍ଚ ପରିଚାଳନା କରି ସଭା କାର୍ଯ୍ୟକୁ ଆଗକୁ ନେଇଥିଲେ ସକାଳ ଖବର କାଗଜର ଜିଲ୍ଲା ପ୍ରତିନିଧି ଅଶୋକ ମିଶ୍ର । ଏହି ଅବସରରେ ଅନେକ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ବର୍ଗରେ ତଥା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ୭ଟି ବିଦ୍ୟାଳୟର ୧୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେହିପରି ବରିଷ୍ଠ ତଥା ମହା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ୬ ଟି ମହାବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେହିପରି ଏହି ଅବସରରେ ମାଲକାନଗିରି ମହା ବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ବାଣିଜ୍ୟ ବିଭାଗର ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ଵାଇଁ, ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ତପନ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବିଚାରପତି ଭାବେ ଦାଇତ୍ଵ ତୁଲାଇ ଥିଲେ । ଏହି ଅବସରରେ ଶ୍ରୀ ରାବା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଜୀବନ ଶୈଳୀ,ଆଜିର ବକୃତା ପ୍ରତିଯୋଗୀତା, ରାଜ୍ଯରେ ଯୁବ ପିଢୀଙ୍କ ବିକସୋ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବ ପିଢୀଙ୍କ ପାଇଁ ନିଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମତ ରଖିଥିଲେ ।

ସେହିପରି ସମ୍ମାନିତ ଅତିଥି ଶ୍ରୀ ମିଶ୍ର ମଧ୍ୟ ଛାତ୍ର ଜୀବନ ଉପରେ ନିଜର ମତ ରଖିବା ସହ ସମାଜ ଗଠନ ଉପରେ ଛାତ୍ର ଛାତ୍ରୀଙ୍କ ଭୂମିକା ଉପରେନିଜର ମତ ରଖିବା ସହ ସକାଳ ଖବର କାଗଜର ଏହିପରି ପଦକ୍ଷେପକୁ ପ୍ରଶଂସା କରିଥିଲେ । ସମାନ ରୂପେ ଉପସ୍ଥିତ ବିଚାରକ ମଣ୍ଡଳୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପ୍ରଦର୍ଶନ ଓ ଜଣେ ଛାତ୍ରଛାତ୍ରୀକୁ କିପରି ଆଗକୁ ବଢିବାକୁ ହୁଏ ସେନେଇ ମତ ରଖିଥିଲେ । ଏହି ପ୍ରତିଯୋଗିତାରେ କନିଷ୍ଟ ବର୍ଗ ନିମନ୍ତେ ଆଧୁନିକତା ଓ ପାରିବାରିକ ସମ୍ପର୍କ ଏବଂ ବରିଷ୍ଠ ବର୍ଗ ନିମନ୍ତେ ରୁପାନ୍ତରଣରେ ଓଡ଼ିଶା ବିଷୟ ଉପରେ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ଉପୋରକ୍ତ ବିଷୟ ଉପରେଆତି ସୁନ୍ଦର ତଥ୍ୟକୁ ନେଇ ବକୃତା ଦେଇଥିଲେ । ତେବେ ଏହି ପ୍ରତିଯୋଗୀତାରେ ବିଦ୍ୟାଳୟ ସ୍ତରରେ ଦୀପ୍ତି କନଭେଣ୍ଟ ବିଦ୍ୟାଳୟ ମାଲକାନଗିରିର ଛାତ୍ର ଓମକାର ନାଥ ସାବତ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ବିତୀଯ ସ୍ଥାନ ହାସଲ କରିଥିଲେ ସେହି ବିଦ୍ୟାଳୟର ଗୌରି ରାଣୀ ବାରୋଇ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ ଦୀପ୍ତି କନଭେଣ୍ଟ ବିଦ୍ୟାଳୟ ମାଲକାନଗିରିର ଆୟୁଷ ପାଣିଗ୍ରାହୀ । ସେହିପରି ବରିଷ୍ଠ ତଥା ମହା ବିଦ୍ୟାଳୟ ସ୍ତରରେ ମାଲକାନଗିରି ମହା ବିଦ୍ୟାଳୟର ଛାତ୍ର ଆକାଶ ପଡିଆମୀ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ଵିତ୍ତୀୟ ସ୍ଥାନ ହାସଲ କରିଥିଲେ ସେହି ମହା ବିଦ୍ୟାଳୟର ଛାତ୍ର ଡି.ଦିଲୀପ କୁମାର ଏବଂ ଘଡେଇ ମହା ବିଦ୍ୟାଳୟର ଛାତ୍ରୀ ପୂଜା ସ୍ଵାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ରାବା, ସମ୍ମାନିତ ଅତିଥି ଶ୍ରୀ ମିଶ୍ର ଓ ବିଚାରପତି ମାନେ ପୁରସ୍କାର ପ୍ରଦାନ ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସକାଳ ଖବର କାଗଜର ବାଲିମେଳା ପ୍ରତିନିଧି ଏ ଦେବଶିଶ ପାତ୍ର, କୋରୁକୋଣ୍ଡା ପ୍ରତିନିଧି ଦୀପକ କୁମାର ମହାରାଣା, ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ଅପୂର୍ବ ଥଣ୍ଡର, ବସନ୍ତ କୁମାର ଜେନା, ଶ୍ରୀନିବାସ ପାତ୍ର, ପଙ୍କଜ ଖରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସକାଳ ଖବର କାଗଜର ଜିଲ୍ଲା ପ୍ରତିନିଧି ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।

nis-ad
Leave A Reply

Your email address will not be published.