ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳିତ

ଫୁଲବାଣୀ : ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲା ସମବାୟ ବିଭାଗ ଓ ଜିଲା ସମବାୟ ସଂଘ ପକ୍ଷରୁ ୭୦ ତମ ସର୍ବ ଭାରତୀୟ ସମବାୟ ସପ୍ତାହ ୨୦୨୩ ପାଳନ ସମବାୟ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏ ଅବସରରେ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାଏ, ଏମସିଏସ ଟିକାବାଲିର ସଭାପତି ଲମ୍ବୋଦର କହଁର ବୌଦ୍ଧ ସମବାୟ ବ୍ୟାଙ୍କର ସଭାପତି ଅଜୟ ପ୍ରଧାନ, ରାଜ୍ୟ ସମବାୟ ସଂଘର ସଭ୍ୟ କିଶୋର ମେହେର, ଲିଡବ୍ୟାଙ୍କମ୍ୟାନେଜର,ଏଜିଏମ ନାବାର୍ଡା,ଏବଂ ଜିଲା ସମବାୟ ସମିତି ସମୂହ ଉପନିବନ୍ଧକ ଯୁଗଳ କିଶୋର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ।ଜିଲାର ୨୪ଟି ଲ୍ୟାମ୍ପସ ୨୪ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରେ ଧନେଶ୍ୱର ପୂଜାରୀ, କୁବେର ମଲିକ, ଜଗନ୍ନାଥ ବାଘ,ନିରାକାର କହଁର, ଆଦିତ୍ୟ ପ୍ରଧାନ ,ନକୁଳ କହଁର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫୁଲବାଣୀ ସର୍କଲର ଜି ଉଦୟଗିରି ଲ୍ୟାମ୍ପସ ଓ ବାଲିଗୁଡାର ବ୍ରାହ୍ମଣୀ ଗାଁ ଲ୍ୟାମ୍ପସକୁ ଉଲେଖନୀୟ କାର୍ଯ୍ୟ ପାଇଁ ସମ୍ପର୍ଦ୍ଧିତ କରାଯାଇଛି। ଏହି ଅବସରରେ ଜିଲା ସଫଳ ଓ ସହଯୋଗୀ ପରିଚାଳନା ନିର୍ଦ୍ଦେଶକ ଭାବେ ଉଲେଖନୀୟ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିବାରୁ ମଞ୍ଚରେ ଅତିଥିମାନେ ଫୁଲବାଣୀ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁଙ୍କୁ ପୁଷ୍ପଗୁଚ୍ଛ , ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଜିଲାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସମବାୟ ସମ୍ପର୍କରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସ୍ଵପ୍ନା ଶୁଭ ଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରି ଥିବା ହେତୁ ମଞ୍ଚରେ ସମ୍ବର୍ଦ୍ଧନା ଦିଆଯାଇଛି। କୃଷି ଓ କୃଷକ ତଥା ବିଭିନ୍ନ ଉତ୍ପାଦକ ଓ ବ୍ୟବସାୟ ଗୋଷ୍ଠୀ ପାଇଁ ସମବାୟ ସମିତି ଗଠନ କରିବାକୁ ମୁଖ୍ୟବକ୍ତା ପରାମର୍ଶ ଦେଇଥିଲେ।ଜିଲ୍ଲାରେ ସମବାୟ ଆନ୍ଦୋଳନ ଗଢିତୋଳିବାକୁ ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଡିଆରସିଏସ ଏହି ଅବସରରେ ସୂଚନା ଦେଇଥିଲେ।ଲ୍ୟାମ୍ପସ ପକ୍ଷରୁ ଚାଷୀମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ରୁଣ ପ୍ରଦାନ କରାଯାଉଥିବା ବେଳେ ତାର ସୁଯୋଗ ନେବାକୁ ସୂଚନା ଦେଇଥିଲେ। ଜିଲା ସମବାୟ ସଂଘର ଉପସଭାପତି କିଶୋର ନାୟକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ଏଆରସିଏସ ଲଳିତ ମାଝୀ ,ଏସଏଆରସିଏସ ଗଙ୍ଗାଧର କହଁର ସମ୍ପାଦିକା ଜ୍ୟୋତିର୍ମୟୀ ପ୍ରଧାନ ଓ ବିଭାଗୀୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଜିଲାର ପ୍ରତି ବ୍ଲକରୁ ପ୍ରାଥମିକ ସମବାୟ ସମିତିର ସଭାପତି, ପରିଚାଳନା ନିର୍ଦ୍ଦେଶକ ଓ ଚାଷୀ ଭାଇମାନେ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.