ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ନିକଟରେ ପୁଣି ଥରେ ଘଟିଯାଇଛି ଏକ ବିଭତ୍ସ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଦିପୁଟ ଗ୍ରାମ ର ସୁରେଶ ଚନ୍ଦ୍ର ଦୋରା,ବୟସ-୨୬ ବର୍ଷ ନାମକ ଜଣେ ବ୍ୟକ୍ତି, ଯିଏକି ଟାଟା ପାୱାର କମ୍ପାନୀ ରେ କାର୍ଯ୍ୟରତ ଆଜି ଅପରାହ୍ନରେ ନିଜର ମୋଟର ସାଇକେଲରେ ବହୁତ ଦୃତ ଗତିରେ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ଫାୟାର ଷ୍ଟେସନ ନିକଟରେ ଅପର ପାର୍ଶ୍ଵରୁ ଚାଲିଚାଲି ଆସୁଥିବା ଦଣ୍ଡସେନାଗୁଡା ଗ୍ରାମ ର ଗୋବର୍ଦ୍ଧନ ପୂଜାରୀ,ବୟସ-୫୬ ଙ୍କୁ ଯୋରଦାର୍ ଧକ୍କା ଦେଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ଜୁଇ ଜଣ ସ°ଜ୍ଞାହିନ ହୋଇ ପଡ଼ିଯାଇଥିଲେ । ତୁରନ୍ତ ଅଗ୍ନିଶମ କର୍ମଚାରୀ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ରେ ଉଭୟ ଙ୍କୁ ଆଶୁ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବିଷୟ ରେ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଘଟଣା ପରେ ସ୍ଥାନୀୟ ପୋଲିସ ଉକ୍ତ ଘଟଣାସ୍ଥଳରେ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିବା ସହ ମୋଟରସାଇକେଲ ଟିକୁ ଜବତ୍ କରିଛି । ଯେହେତୁ ଆଜି ଘଟଣା ଘଟିଲା ବେଳକୁ ସ°ଧ୍ୟା ହୋଇସାରିଥିଲା ତେଣୁ ଆଜି ଆଉ ପୋଷ୍ଟ ମୋର୍ଟମ୍ ହେବାର ସମ୍ଭାବନା କମ୍ ଥିବାରୁ ମୃତ ବ୍ୟକ୍ତି ମାନଙ୍କ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଅଛି ଓ ସୁଚନା ମୁତାବକ ମୃତ ଦେହ ଦୁଇଟିକୁ ଡାକ୍ତରଖାନାର ପରିସରରେ ରଖାଯାଇଅଛି । ଅଧିକାଂଶ ଦୂର୍ଘଟଣା ଗୁଡ଼ିକ କିଛି ଯୂବ ବର୍ଗର ବ୍ୟକ୍ତି ମାନେ ନିଶା ଓ ମାଦକ ଦ୍ରବ୍ୟ ସେବନ କରି ବେପରୁଆ ଢଙ୍ଗରେ ଗାଡି ଚଳାଉଥିବା ଯୋଗୁଁ ବହୁ ଧନ ଜୀବନ କ୍ଷତି ହେଉଥିବା ବିଷୟରେ ପୂଜାରୀଗୁଡା ବାସିନ୍ଦାଗଣ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.