ଚାନ୍ଦପୁର ଗ୍ରାମରେ ରାମଚରିତ ମାନସ କାର୍ଯ୍ୟକ୍ରମ…

ଚିକିଟୀ : ଭାରତୀୟ ଧର୍ମ ଦର୍ଶନେ ରାମଚନ୍ଦ୍ରଙ୍କୁ ମର୍ଯ୍ୟଦା ପରୁଷ ଭାବେ ବିବେଚନା କରାଯାଇଛି।ବାପା-ପୁଅ,ଭାଇ-ଭାଇଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିବା ଆବଶ୍ୟକ ଓ ରାଜ କାର୍ଯ୍ୟ କିଭଳି ପାଳନ କରିବା ଉଚିତ ତାଙ୍କ ଚରିତ୍ରରୁ ଅନେକ ଶିକ୍ଷା ମିଳିଥାଏ।ଏଣୁଁ ପ୍ରଭୁ ଶ୍ରୀରାମଙ୍କ ଠାରୁ ଶିକ୍ଷା ଲାଭ କଲେ ଏକ ସୁସ୍ଥ ଓ ବିଳିଷ୍ଠ ମାନବ ସମାଜ ଗଠନ ଦିଗରେ ମାର୍ଗ ଦର୍ଶନ ମିଳିଥାଏ ବୋଲୀ ଚିକିଟୀ ବ୍ଳକ ଚାନ୍ଦପୁର ଗ୍ରାମରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ରାମଚରିତ ମାନସ ନବାହ୍ନ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିଗପହଣ୍ଡି ହରିପ୍ରୀୟା ଆଶ୍ରମର ଯୋଗୀ ଦେବଦତ୍ତ ମେକାପ ଉପସ୍ଥିତ ହଜାର,ହଜାର ଶ୍ରଦ୍ଧାଳୁ ମାନଙ୍କୁ କହିଥିଲେ।

କାର୍ଯ୍ୟକ୍ରମରେ ପହଞ୍ଚିବା ପୁର୍ବରୁ ଗ୍ରାମର ପ୍ରବେଶ ପଥ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯୋଗୀ ମହାରାଜଙ୍କୁ ଗାଁ ଲୋକମାନେ ପାଛୋଟି ନେଇଥିଲେ।ଏହି ଶୋଭାଯାତ୍ରାରେ ଆଖପାଖ ୩୦ ଖଣ୍ଡ ଗ୍ରାମରୁ ସଂକୀର୍ତନ ଦଳ ସାମିଲି ହୋଇ ତାଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇ ଗ୍ରାମ୍ୟ ପରିକ୍ରମା କରାଇ ପ୍ରବଚନ ମଞ୍ଚ ଉପରକୁ ନେଇଥିଲେ।ସେଠାରେ ଧାର୍ମିକ ସଭା ଅନୁଷ୍ଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ମଠର ମହନ୍ତ ଶ୍ରୀ ରାମକୃଷ୍ଣ ଦାସଜୀ, ଶ୍ରୀ ହରିହର ଦାସଜୀ,ମହନ୍ତ ଶ୍ରୀ ପରମାନନ୍ଦ ଦାସଜୀ,ମହନ୍ତ ଶ୍ରୀ ସୁନ୍ଦର ରାମ ଦାସଜୀ,ପୂଜ୍ୟ ବୀର ରାଘବ ଦାସଜୀ,ମହନ୍ତ ଶ୍ରୀ ରାମଶରଣ ଦାସଜୀ,ମହନ୍ତ ଶ୍ରୀ କେଶବ ରାମାନୁଜ ଦାସଙ୍କ ସମେତ ୧୫ରୁ ଉର୍ଦ୍ଧ ସାଧୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ସେମାନଙ୍କୁ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା।ଏହି ପ୍ରବଚନ କାର୍ଯ୍ୟକ୍ରମ ଆଠଦିନ ଧରି ଚାଲିବ ବୋଲୀ ଆୟୋଜକ ମାନଙ୍କ ଠାରୁ ସୁଚନା ମିଳିଛି।ଚାନ୍ଦପୁର ଗ୍ରାମବାସୀ ମାନେ ଏହି ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।

nis-ad
Leave A Reply

Your email address will not be published.