ଚିକିଟୀ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ…

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ପ୍ରେସ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ କ୍ଳବ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଥମେ ସମସ୍ତ ଅତିଥି ଙ୍କ ଦ୍ଵାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦ୍ବୀପ ପ୍ରଜ୍ବଳନ କରି ଆରମ୍ଭ କରାଯାଇଥିଲା । ଏଥିରେ ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ରୁଦ୍ରରୂପା ବ୍ରହ୍ମା ଏକ ସୁନ୍ଦର ଭକ୍ତିପୂର୍ଣ୍ଣ ଶ୍ରୀ ଜଗନ୍ନାଥ ଭଜନ ଗାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ନବୀନ ଖବରକାଗଜର ସମ୍ପାଦକ ରବି ରଥ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ନିସର୍ତ୍ତର ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ବଳଦେବ ବେହେରା, ବିଡିଓ ପ୍ରମୋଦ କୁମାର ନାୟକ, ଏସଡିପିଓ କୃଷ୍ଣଚନ୍ଦ୍ର ଭାର୍ତ୍ତା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ପାଢୀ ଚିକିଟୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚିକିଟୀ ସମେତ ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକର ପ୍ରାୟ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ମୁଖ୍ୟ ଆଲୋଚନା ଚକ୍ର ହୋଇଅଛି।ଏହି ତଥ୍ୟ ଉପରେ ସମସ୍ତ ବକ୍ତା ଓ ଅତିଥି ମାନେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମସ୍ତ ବ୍ଲକରୁ ଆସିଥିବା ସଭାପତି ଓ ବରିଷ୍ଠ ସାମ୍ବାଦିକ ମାନେ ସାମ୍ବାଦିକତା ଉପରେ ଉଚ୍ଚକୋଟୀର ମନ୍ତବ୍ୟ ଦେଇଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ଓ ସ୍ୱତନ୍ତ୍ର ଅତିଥିଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିବା ବେଳେ ସମସ୍ତ ଅତିଥି, ସଭାପତି, ସାମ୍ବାଦିକ, ହକର ଓ ସମାଜସେବୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ସୁଦୀପ୍ତ କୁମାର ପଟ୍ଟନାୟକ କରିଥିବା ବେଳେ ସମ୍ପାଦକ ତ୍ରିପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସମାଜସେବୀ ରଘୁନନ୍ଦନ ସାହୁ, ଧର୍ମା ସାହୁ ଓ ଭାଗୀରଥି ପାଣିଗ୍ରାହୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ଚିକିଟୀ ବ୍ଲକର ସମସ୍ତ ସାମ୍ବାଦିକଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା।

nis-ad
Leave A Reply

Your email address will not be published.