ବ୍ଲକସ୍ତରୀୟ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର

ଫୁଲବାଣୀ : ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଓ କ୍ରାଏ କୋଲକାତାଙ୍କ ମିଳିତ ସହଯୋଗରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ଗୃହ ଠାରେ “ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ଏବଂ ପୋଷଣ” ସଂପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିରିଙ୍ଗିଆ ବ୍ଲକର କୁପୋଷଣର ସ୍ଥିତି, ରକ୍ତହୀନତାର ଗମ୍ଭିରତାକୁ ତର୍ଜମା କରିବା ସହ ଏହାକୁ ନିୟନ୍ତ୍ରଣ କରିବା ରେ ଆଗଧାଡିର ସ୍ଵାସ୍ଥ୍ୟକର୍ମୀ ମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । କମ୍ ଓଜନର ଶିଶୁ ଜନ୍ମ ହେବାରେ ବାଲ୍ୟ ବିବାହ ଏକ ମୁଖ୍ୟ କାରଣ ବୋଲି ଆକ୍‌ସନ୍ ଏଡ୍ ର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ବିଭିନ୍ନ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତର ତଥ୍ୟ ସହ ଉପସ୍ଥାପନା କରିଥିଲେ ଏବଂ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରିବା ଅନୁଭୂତି ମଧ୍ୟରୁ ରକ୍ତହିନତା ଓ କୁପୋଷଣର ଆଗାମୀ ସମସ୍ୟା କିପରି ଜଣେ ଶିଶୁକୁ ଅକର୍ମଣ୍ୟ କରିଦିଏ ତାହାର ଉପଲବ୍ଧ ତାକୁ ବଖାଣିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରବୋଧ କୁମାର ପ୍ରଧାନ ତାଙ୍କ ବକ୍ତବ୍ୟରେ କୁପୋଷଣ ଓ ରକ୍ତହୀନତା ସମସ୍ୟାକୁ ସଂପୂର୍ଣ୍ଣ ଦୁରେଇବାକୁ ହେଲେ ଗାଁ ଗହଳିରେ ଥ‌ିବା ଅନ୍ଧ ବିଶ୍ଵାସ ଗୁଡିକ ଦୂର କରାଇ ଲୋକମାନଙ୍କର ବ୍ୟବହାରିକ ପରିବର୍ତ୍ତନ ଆବଶ୍ୟକ ଅଛି ବୋଲି କହିଥିଲେ । ମାତୃ ଓ ଶିଶୁ ସ୍ଵାସ୍ଥ୍ୟର ସ୍ଥିତିକୁ ସୁଧାରିବା ପାଇଁ ଶିକ୍ଷାର ଆବଶ୍ୟକତା କେତେ ଅଧିକ ତାହା ଫିରିଙ୍ଗିଆ ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ଶିବାଜୀ କହଁର ତାଙ୍କ ବକ୍ତବ୍ୟରେ କହିଥିଲେ । ବ୍ଳକ୍ ଶିଶୁ ବିକାଶ ଅଧିକାରୀ ହରିପ୍ରିୟା ମେହେର ଆଗଧାଡିର କର୍ମକର୍ତ୍ତାଙ୍କ ଦ୍ବାରା ଗ୍ରାମାଞ୍ଚଳରେ ଦିଆଯାଇଥିବା ସେବାକୁ ସୁନିଶ୍ଚିତ କରିବାର ପ୍ରୟାସକୁ ପ୍ରଶଂସା କରିବା ସହ ଅଧିକ ଲୋକ ସଂପର୍କ ବଢାଇ ଗ୍ରାମରେ ଶେଷ ବ୍ୟକ୍ତି ପାଖରେ ସ୍ଵାସ୍ଥ୍ୟ ଓ ପୋଷଣ ଶିକ୍ଷା ପହଞ୍ଚାଇ ପାରିଲେ ରକ୍ତହୀନତା ଓ କୁପୋଷଣକୁ ରୋକାଯାଇ କମ୍ ଓଜନର ଶିଶୁ ଜନ୍ମକୁ ମଧ୍ୟ ନିୟମନ୍ତ୍ରଣ କରି ହେବ । ମହିଳା ପରିଦର୍ଶିକା ବୈଜୟନ୍ତ ମଲିକ ରକ୍ତ ହୀନତାକୁ ବଢାଇବାର ଚାରି ୫ଟି ମୁଖ୍ୟ କାରଣକୁ ଦୃଷ୍ଟିପାତ କରାଇ ତାହା କେବଳ ସ୍ୱାସ୍ଥ୍ୟ ଓ ପୋଷଣ ଶିକ୍ଷା ମାଧ୍ୟମରେ ଦୂର କରାଯାଇପାରିବ ବୋଲି କହିଥିଲେ । ବାଲନ୍ଦାପଡା କୃଷ୍ଟରୁ ଆସିଥୁବା ଶିକ୍ଷକମାନେ ସ୍ଵାତି ଅନୁଷ୍ଠାନ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅଧିକ ପ୍ରଭାବଶାଳୀ କରିବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ଭାଗରୁ ୫୦ ରୁ ଅଧିକ ଆଶା, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ଏ.ଏନ୍‌.ଏମ୍., ସି.ଏଚ୍.ଓ ଏବଂ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତ କାର୍ଯ୍ୟକ୍ରମର ଗଭୀରତାକୁ ଆଖି ଆଗରେ ରଖି ସମସ୍ତ ବର୍ଗର କର୍ମକର୍ତ୍ତା ହାତକୁ ହାତ ମିଶାଇ କାର୍ଯ୍ୟ କରି ପାରିଲେ ରକ୍ତହୀନତା, କମ୍ ଓଜନର ଶିଶୁ ଜନ୍ମ ଓ କୁ-ପୋଷଣ ଭଳି ସମସ୍ୟାରୁ ମୁକୁଳି ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସ୍ବାଇଁ ପରିଚାଳନା କରିଥିବା ବେଳେ ସ୍ୱାତୀ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତମାନେପରିଚାଳନା ରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.