ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ…

ନୂଆଦିଲ୍ଲୀ : ଦୁଇ ମହାଶକ୍ତିଙ୍କ ଭେଟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଆମେରିକାର ସାନ ଫ୍ରାନସିସ୍କୋରେ ଆଲୋଚନା କରିଛନ୍ତି ଦୁଇ ରାଷ୍ଟ୍ର ମୁଖ୍ୟ । ସାମରିକସ୍ତରରେ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି ଉଭୟ ଦେଶ । ୨୦୨୨ରେ ଆମେରିକା ବାଚସ୍ପତି ନାନସୀ ପେଲୋସୀଙ୍କ ତାଇୱାନ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ବନ୍ଦ ରହିଥିଲା । ବଢ଼ିଥିଲା କୁଟନୈତିକ ଟେନସନ୍ ।

ବାଇଡେନଙ୍କ ସହ ଆଲୋଚନା ବେଳେ ତାଇୱାନକୁ ବଡ଼ ଓ ବିପଦପୂର୍ଣ୍ଣ ପ୍ରସଙ୍ଗ କହିଛନ୍ତି ଜିନପିଙ୍ଗ । ଗାଜା ଓ ୟୁକ୍ରେନ ଯୁଦ୍ଧ ଉପରେ ବି ଦୁଇ ରାଷ୍ଟ୍ରପତି କଥା ହୋଇଛନ୍ତି । ବାଇଡେନ କହିଛନ୍ତି, ଜିନପିଙ୍ଗ ସହ ସବୁଠାରୁ ଗଠନମୂଳକ ଓ ଫଳପ୍ରଦମ ଆଲୋଚନା ଥିଲା । ଆମେରିକା ଓ ଚୀନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯେପରି ସଂଘର୍ଷରେ ପରିଣତ ନ ହୁଏ ଓ ସମ୍ପର୍କକୁ ଦାୟିତ୍ବପୂର୍ଣ୍ଣ ଭାବେ ସମ୍ଭାଳିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ । ସାନ ଫ୍ରାନସିସ୍କୋରେ Asia Pacific Economic Cooperation ବା ଏପେକ୍ ଶିଖର ସମ୍ମିଳନୀ ପୂର୍ବରୁ ବାଇଡେନଙ୍କୁ ଭେଟି ଆଲୋଚନା କରିଛନ୍ତି ଜିନପିଙ୍ଗ । ଆମେରିକା-ଚୀନ୍ ସମ୍ପର୍କ, ଅର୍ଥନୈତିକ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁହେଁ ଆଲୋଚନା କରିଛନ୍ତି ।

nis-ad
Leave A Reply

Your email address will not be published.