ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ…

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା, ଏଆଇଏଫ ର ଷ୍ଟେଟ ଲିଡ୍ ସଞ୍ଜୟ କୁମାର ବିଶ୍ୱାଳ ଓ ଏସଏମସି ର ଉପସଭାପତି ସୁମତି ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ପ୍ରକଳ୍ପ ପ୍ରଦର୍ଶନରେ ୭୦ ରୁ ଅଧିକା ବିଦ୍ୟାର୍ଥୀ ବିଭୀନ୍ନ ପ୍ରକଳ୍ପ ପ୍ରଦର୍ଶନ କରିବା ସହ ୧୦ ଜଣ ବିଦ୍ୟାର୍ଥୀଙ୍କୁ ଉଚ୍ଚ କୋଟିର ପ୍ରକଳ୍ପ ପ୍ରଦର୍ଶନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପାଣିଗ୍ରାହୀ ଓ ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ପୁରଷ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

nis-ad
Leave A Reply

Your email address will not be published.