ଵିଜେପି ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଘେରାଉ..

ହିଞ୍ଜିଳିକାଟୁ ୧୬/୧୧ : ବିଭିନ୍ନ ସମସ୍ୟା ନେଇ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ନେତା ଶିଶିର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଵହୁ ବିଜେପି ନେତା ଓ କର୍ମୀମାନେ ଯୋଗଦାନ କରିଥିଲେ। ବିଜେପି କର୍ମୀମାନଙ୍କୁ ନେଇ ହିଞିଳିକାଟୁ ପୂର୍ତ୍ତବିଭାଗ ଡାକବଙ୍ଗଳା ନିକଟରୁ ଏକ ଶୋଭାଯାତ୍ରାରେ ଆସି ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ପରିଷର ମଧ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୋଗଦାନ କରିଥିବା ବିଜେପିର କର୍ମକର୍ତାମାନେ କହିଲେ ପଞ୍ଚାୟତରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ସଂଗ୍ରାମ କରିବା ସହିତ ପଞ୍ଚାୟତରେ ନାନା ପ୍ରକାରର ଅନିୟମିତତା ହେଉଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉ ନାହାନ୍ତି। ଆବାସ ତାଲିକାରେ ଗରିବଙ୍କ ନାମ ରହୁନଥିବାରୁ ପ୍ରକୃତ ଗରିବ ଲୋକ ଆବାସ ଯୋଜନରୁ ବଞ୍ଚିତ ହେଉଛନ୍ତି। ସେହିପରି ଅସହାୟ ବିଧବା, ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିବା ଦିଗରେ ଗୁରୁତ୍ୱ ଦିଆଯାଉ ନାହିଁ, ସେହିପରି ମନରେଗା ଯୋଜନାରେ ବ୍ୟାପକ ଦୁର୍ନତୀ ହେବା ସହିତ ଟାଟା ପାୱାର କମ୍ପାନୀ ବିଦ୍ୟୁତ୍‌‌ ଗ୍ରାହକ ମାନଙ୍କୁ ଶୋଷଣ କରୁଛନ୍ତି ତା’ସହିତ ପରିମଳ ଯୋଜନାରେ ବ୍ୟାପକ ଦୁର୍ନତୀ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ଋଣ ପ୍ରଦାନ କରିବା ପରେ ସୁଧ ଆକାରେ ଶୋଷଣ କରୁଛନ୍ତି, ଯୁବକମାନଙ୍କୁ ନିଯୁକ୍ତି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ବିଜେପି ପକ୍ଷରୁ ତାର ଅଭିଯାନ ଆରମ୍ଭ କରିଛି। ପଞ୍ଚାୟତଗୁଡିକରୁ ଦୁର୍ନୀତି ନ ହଟିବା ଯାଏ ବିଜେପି ତାର ସଂଗ୍ରାମ ଜାରୀ ରଖିବ ବୋଲି ଯୋଗଦାନ କରିଥିବା କର୍ମକର୍ତାମାନେ ପ୍ରକାଶ କରିଛନ୍ତି। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି

nis-ad
Leave A Reply

Your email address will not be published.