ସିଏସସି ବାଲ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଅବସ୍ଥିତ ସିଏସସି ବାଲ ବିଦ୍ୟାଳୟ ଜ୍ଞାନ ଓ ଆଧ୍ୟାତ୍ମିକ ସଂସ୍କାର ଶିକ୍ଷା ଦେବାରେ ବେଶ ଜଣାଶୁଣା l ଏହି ବିଦ୍ୟାଳୟ ପାଳନ କରିଛି ତାର ପ୍ରଥମ ଶିଶୁ ଦିବସ ଏକ ନିଆରା ଢଙ୍ଗରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକୀଭୁତ l ସମସ୍ତ ଅଭିଭାବକଙ୍କୁ ନେଇ ଧୁମ଼ଧାମରେ ପାଳିତ ହୋଇଥିଲା ଶିଶୁ ଦିବସ l ଏଠାରେ ଇଂରାଜିଭାଷାରେ ଶିକ୍ଷା ଦେବା ସହିତ ଗୋଟେ ଛୋଟ ଶିଶୁ କିପରି ଆଧ୍ୟାତ୍ମିକ ତଥା ସଂସ୍କାର ବାଦୀ ହୋଇ ପାରିବ ସେ ନେଇ ଚେଷ୍ଟିତ ସମସ୍ତ୍ ଶିକ୍ଷକ ଶିକ୍ଷୟିତ୍ରୀ l ଶିଶୁ ଦିବସ ଅବସରରେ ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗ ଦେଇ ଛୋଟ ଶିଶୁ ଭବିଷ୍ୟତର ନାଗରିକ ତାରି ହାତରେ ସମଗ୍ର ଦେଶ ପରିଚାଳିତ ହେବ ତେଣୁ ଏପରି କୁନି କୁନି ପିଲାଙ୍କୁ ଉତ୍ତମ୍ ନାଗରିକ ତିଆରି କାରଖାନା ସଦୃଶ ଏହି ବିଦ୍ୟାଳୟ ବୋଲି ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ କୁମୁଦିନୀ ସାହୁ, ଉପଦେଷ୍ଟା ଗୋପାଳ କୃଷ୍ଣ ପାଢୀ, ଝରଣା ପ୍ରଧାନ, ଅଧ୍ୟକ୍ଷା ସୁପ୍ରିୟା ମଲ୍ଲିକ, ଉପସଭାପତି ଝରଣା ମହାପାତ୍ର, ବରିଷ୍ଠ ଶିକ୍ଷକ ମୋନାଲିସା ସାହୁ, ସ୍ଵସ୍ତି ମୟୀ ପଣ୍ଡା, ଜୁଲି କୁମାର ସିଂ, ସୂଚୀସ୍ମିତା ରାଉତ୍, ଶ୍ରଦ୍ଧାଞ୍ଜଳୀ ଦାଶ ଓ ମାମିନା ବାଘ ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ ସମ୍ପାଦନ କରିଥିଲେ l

nis-ad
Leave A Reply

Your email address will not be published.