ସମବାୟ ବ୍ୟାଙ୍କର ୭୦ ବର୍ଷ ପୂର୍ତି ଉପଲକ୍ଷେ ମାରାଥନ ଦୌଡ ଆୟୋଜିତ…

ମାଲକାନଗିରି ଜିଲ୍ଲା ସମବାୟ ବ୍ୟାଙ୍କ ପକ୍ଷରୁ ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ୧୪/୧୧/୨୩ ଠାରୁ ୧୮/୧୧/୨୩ ପର୍ଯ୍ୟନ୍ତ ସମବାୟ ବ୍ୟାଙ୍କ ସପ୍ତାହ ପାଳନ କରାଯାଉଅଛି। ଏହି ଅବସରରେ ଏକ ସ୍ବତନ୍ତ୍ର ମାରାଥନ୍ ର ଆୟୋଜନ ଆଜି ସକାଳ ୭ଟା ୩୦ ସମୟରେ ମାଲକାନଗିରି ସଦର ସୁବାଷ ବୋଷ ଛକ ଠାରୁ ଆରମ୍ଭ ହୋଇ ଡି.ଏନ.କେ.ଖେଳ ପଡିଆ ଠାରେ ଶେଷ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗଦେଇ ସବୁଜ ପତକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ନୃସିଂହ ଚରଣ ମହାନ୍ତି ଓ ପତ୍ରକାର ବନ୍ଧୁ ମାନେ, ସ୍ଥାନୀୟ ବରିଷ୍ଠ ନାଗରିକ ଯୁବ ଜନତା ଦଳ ପୌର ପରିଷଦ ସଭାପତି ବଳରାମ ଭଞ୍ଜ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ହରିଜନ, ସମ୍ପାଦକ ସୁବ୍ରତ ଦାସ, ଛାତ୍ର ଜନତା ଦଳ ଆଈଟି କୋଡ଼ିନେଟର ସୁନିଲ ସାହୁ ଏବଂ ବହୁ ସଂଖ୍ୟାରେ ଯୁବ ଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମବାୟ ବ୍ୟାଙ୍କ ପଦାଧିକାରୀ, କର୍ମଚାରୀ ଏକତ୍ରିତ ହୋଇ ମାରାଥନ ଦୌଡରେ ଅଂଶଗ୍ରହଣ କରିଥିଲେ । ଏହି ଦୌଡର ଆୟୋଜନ ସମବାୟ ବ୍ୟାଙ୍କର କର୍ତୁପକ୍ଷଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା।

nis-ad
Leave A Reply

Your email address will not be published.