ଅଙ୍ଗନୱାଡି ଶିକ୍ଷାର୍ଥୀଙ୍କୁ ବ୍ୟାଗ ବିତରଣ…


ହିଞ୍ଜିଳିକାଟୁ, ୧୪/୧୧():ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ପରିଚାଳିତ ପୋଡ଼ଙ୍ଗି ଅଙ୍ଗନଓ୍ବାଡି ୧ଓ ୫ ନମ୍ବର କେନ୍ଦ୍ରରେ ଶିଶୁ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ୱାର୍ଡ ସଭ୍ୟ ସୁଶାନ୍ତ କୁମାର ଗୌଡ଼, ପବିତ୍ର କୁମାର ପାଢୀ, ଯାଞ୍ଚ କମିଟି ସଦସ୍ୟ ମମତା ପାଢୀ, ସୁନୀଲ କୁମାର ଗୌଡ଼, ସୁନୀଲ କୁମାର ସ୍ୱାଇଁ, ପ୍ରମୁଖ ଯୋଗ ଦେଇଥିଲେ l ଜଣେ ମହିଳା ସମାଜସେବୀ ତଥା ପୂର୍ବତନ ଶିଶୁ ମଙ୍ଗଳ ସମିତିର ସଦସ୍ୟା ମିନତୀ ପ୍ରଧାନଙ୍କ ବଦନ୍ୟତା ରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିକ୍ଷାଗ୍ରହଣ କରୁଥିବା କୋମଳମତି ଶିଶୁ ମାନଙ୍କୁ ଏକ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ l ସିଡିପିଓ ଗାଙ୍ଗୀ ସୁବୁଦ୍ଧି ଓ ଅଞ୍ଚଳ ପରିଦର୍ଶିକାଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶିଶୁ ଦିବସ ଅଵସରରେ ଶିଶୁ ମାନଙ୍କ ସ୍ଵଛତା,ଶିଶୁର ବିକାଶ, ପ୍ରାକ ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ l କାର୍ଯ୍ୟକ୍ରମକୁ ଅଙ୍ଗନଓ୍ବାଡି କର୍ମୀ ସୁମିତ୍ରା ସାହୁ, ଗୀତାଞ୍ଜଳି ପାଢୀ ସଂଯୋଜନା କରିଥିବା ବେଳେ ବିଷ୍ଣୁ ପ୍ରିୟା ବେହେରା, ଅଞ୍ଜଳି ସାହୁ, ଗୀତାଞ୍ଜଳି ବେହେରା ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.