ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ଅଣଦେଖା ମାଲକାନଗିରି ବ୍ଲକ କାର୍ଯ୍ୟଳୟରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ…

ମାଲକାନଗିରି, ୧୩।୧୧ ଆଜି ମାଲକାନଗିରି ସଦର ବ୍ଲକ କାର୍ଯ୍ୟଳୟରେ ତାଲା ପକାଇବା ସହ ବିକ୍ଷୋଭ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି ମାନେ । ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକରେ ଥିବା କିଛି ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଅବଗତ ନ କରିବା, ସେମାନଙ୍କ ମତାମତ ନ ଲୋଡିବା, ବିଭିନ୍ନ ବୈଠକରେ ସେମାନଙ୍କୁ ଜନ ପ୍ରତିନିଧିର ମାନ୍ୟତା ନଦେବା ଭଳି ଅଭିଯୋଗ କରି ଏହି ଜନ ପ୍ରତିନିଧି ମାନେ ଆଜି ବ୍ଲକ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରିବା ସହ ବ୍ଲକ କାର୍ଯ୍ୟଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଏହି ବିକ୍ଷୋଭ ଯୋଗୁଁ ବିଡିଓ ପ୍ରଭାତୀ ଝଡିଆ ନିଜ କକ୍ଷକୁ ଯାଇ ନପାରି ବାହାରେ ଅଟକି ରହିଥିଲେ । ପରେ ପୋଲିସ ପହଞ୍ଚି ଜନପ୍ରତିନିଧି ମାନଙ୍କୁ ବୁଝାସୁଝା କରି କାର୍ଯ୍ୟଳୟରୁ ତାଲା ଖୋଲିଥିଲା । ତେବେ ଏନେଇ ବିଡିଓ ପ୍ରଭାତୀ ଝଡିଆ ପ୍ରକାଶ କରିଛନ୍ତି ଯେ, ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଏପରି କରିବା ଉଚିତ ନୁହେ, ସେମାନେ ଆଇନକୁ ହାତକୁ ନେବା ବଦଳରେ ମୋ ସହ କିମ୍ବା ମୋର ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଭେଟି ନିଜର ଅଭିଯୋଗ ଜଣାଇ ପାରିଥାନ୍ତେ । ଏହା ବ୍ୟତୀତ ଏହି ଜନ ପ୍ରତିନିଧି ମାନେ ଯାହାବି ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ ମିଥ୍ୟା ଅଟେ, ଆମେ ସଦା ସର୍ବଦା ଲୋକଙ୍କ ସମସ୍ୟା ଦୂର କରିବା ପାଇଁ କାର୍ଯ୍ୟ କରୁଛୁ । ତେଣୁ ଆଗକୁ ଯାହାବି ଅଭିଯୋଗ ଅଛି ତାହାର ସମାଧାନ କରଯିବ ବୋଲି ବିଡିଓ ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.