ସୁରଭି’ କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ଛାତ୍ରୀ ସମୀକ୍ଷାଙ୍କ କୃତିତ୍ବ…


ଫୁଲବାଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କ୍ଲଷ୍ଟରସ୍ତରୀୟ, ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମିଲେଟ୍‌ ଓ କଳା ଉତ୍ସବର କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି। ସୁଶ୍ରୀ ସମୀକ୍ଷା ପ୍ରଥମେ କ୍ଲଷ୍ଟର ସ୍ତରରେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବ୍ଲକସ୍ତରକୁ ମନୋନୀତ ହୋଇଥିଲେ। ବ୍ଲକ୍‌ସ୍ତରରେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ସମୀକ୍ଷା ପ୍ରଥମ ସ୍ଥାପ ହାସଲ କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ। ସେହିଭଳି ଜିଲ୍ଲାସ୍ତରରେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମୀକ୍ଷା ସେଠାରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି। ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ସମୀକ୍ଷା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଭୁବନେଶ୍ବର ଗସ୍ତ କରିବେ ବୋଲି ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ତନୁଜା ସିଂହ ସୂଚନା ଦେଇଛନ୍ତି। ସମୀକ୍ଷାଙ୍କ ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନେ ଖୁସି ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.