ଅଧିକାରୀମାନେ ଏବେ ଧୃତରାଷ୍ଟ୍ର : ଲୋକଙ୍କ ସମସ୍ୟା ଓ ଦୁର୍ନୀତି ଚରମସୀମା ରେ… !

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ପ୍ରତେକ କ୍ଷେତ୍ରରେ ରେ ସାଧାରଣ ଲୋକେ ବଡ଼ ବାବୁଙ୍କ ଅସହଯୋଗ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅଧିକାଂଶ ଗ୍ରାମାଞ୍ଚଳ ର ସମସ୍ୟା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଦୁର୍ନୀତି ଚରମସୀମା ରେ ପହଞ୍ଚିଛି। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ମୌଳିକ ସମସ୍ୟା ର ମଧ୍ୟ ସମାଧାନ ହେଉନଥିବା ଅଭିଯୋଗ ହେଉଛି।

ଅଭିଯୋଗ ଶୁଣିବାକୁ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଏବେ ଧୃତରାଷ୍ଟ ର ଅଭିନୟ କରୁଥିବା ନେଇ ଚର୍ଚ୍ଚା ହେଉଛି। ଜିଲ୍ଲାର ବହୁ ଉପାନ୍ତ ଅଞ୍ଚଳ ରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଘାଟ, ପାନୀୟଜଳ ଓ ବିଦ୍ୟୁତ ସେବାରୁ ମଧ୍ୟ ଲୋକେ ବଞ୍ଚିତ ହୋଇଛନ୍ତି। ଏହି ସବୁ ଗ୍ରମାଞ୍ଚଳ ରେ ବାବୁ ମାନଙ୍କ ପଦ ମଧ୍ୟ ପଡ଼ିନାହିଁ। କେବଳ ନିର୍ବାଚନ ସମୟରେ ପୋଲିଙ୍ଗ ଅଫିସର କିମ୍ବା ନେତାଙ୍କ ଦର୍ଶନ ମିଳେ।ଗରିବ ଲୋକେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ସାଙ୍ଗକୁ ସରକାରଙ୍କ ବିଭିନ୍ନ ଯୋଜନା ରେ ଘର ଖଣ୍ଡେ ପାଇବା ରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲାର ବହୁ ସରକାରୀ କାର୍ଯ୍ୟଳୟ ରେ ଦୁର୍ନୀତି ଚରମ ସୀମାରେ ପାହାଞ୍ଚି ଲାଣି। ନେତା ହେଉ କି ସାଧାରଣ ଲୋକେ ଅଭିଯୋଗ କରିଲେ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।

ସରକାର ଙ୍କ ଦରମା ନେଇ ଦୁର୍ନୀତି କୁ ପ୍ରଶୟ ଦେଇ ବାବୁ ମାନେ ମଉଜ ମଜଲିସ ରେ ରହୁଥିବା ଯୋଗୁଁ ଆଜି ଏହି ଭଳି ପରିସ୍ଥିତି ହେବା ନେଇ ଚର୍ଚ୍ଚା ହେଉଛି। ନିର୍ବାଚିତ ପ୍ରତିନିଧି ମାନେ ମଧ୍ୟ ଅମଲାତନ୍ତ୍ର ପାଖରେ କିଛି ଅଭିଯୋଗ କରିବାକୁ ସାହସ କରୁନଥିବା ଦେଖିବାକୁ ମିଳୁଛି। ଏବେ ନେତାଙ୍କ ଠାରୁ କ୍ଷମତା ବେଶୀ ଅଧିକାରୀଙ୍କ ପାଖରେ ତେଣୁ ଏବେ ଜିଲ୍ଲା ରେ ଦୁର୍ନୀତି ଓ ସମସ୍ୟା ଚରମ ସୀମାରେ ପହଞ୍ଚି ଲାଣି ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.