ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି…

79088545-750x430

ଭୁବନେଶ୍ୱର : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ସମଗ୍ର ପରିବେଶ  । ପ୍ରତି ବର୍ଷ ଲୋକେ ପ୍ରବଳ ମାତ୍ରାରେ ବାଣ ଫୁଟାଇଥାନ୍ତି  । ମାତ୍ର ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାକୁ ନେଇ  ମାର୍ଗଦର୍ଶିକା ଜାରି କରାଯାଇଛି  । ଯେପରିକି ଖୋଲାସ୍ଥାନରେ ଲୋକମାନେ ସବୁଜ ବାଣ ଫୁଟାଇବେ । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।

୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ନ ଫୁଟାଇବାକୁ ପରାମର୍ଶ ରହିଛି । ରାତି ୧୦ଟା ପରେ କେହି ବାଣ ଫୁଟାଇପାରିବେ ନାହିଁ  । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।  ଶିକ୍ଷାନୁଷ୍ଠାନ, ସ୍ଵାସ୍ଥ୍ୟକେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିସରରେ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଅମାନିଆଙ୍କ ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନର ସ୍କ୍ୱାଡ୍‌ । ଗତକାଲି ଏ ନେଇ କମିଶନ ରେଟ୍ ପୋଲିସ ପକ୍ଷରୁ ମଧ୍ୟ ମାର୍ଗଦର୍ଶୀକା ଜାରି କରାଯାଇଥିଲା ।

ଦୀପାବଳୀରେ ଦୀପ ଜାଳି , ସବୁଜ ବାଣ ଫୁଟାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ଘରେ ରହି ଗ୍ରୀନ୍ ଦିଓ୍ବାଲି ମନାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ବାୟୁ ଏବଂ ଶଦ୍ଦ ପ୍ରଦୂଷଣକୁ ଆଖି ଆଗରେ ରଖି କିଛି ନିର୍ଦ୍ଦିଷ୍ଟ ବାଣ ଉପରେ ସୁପ୍ରମିକୋର୍ଟ  କଟାକଣା ଲଗାଇଛନ୍ତି । ତେଣୁ ଜନ ସାଧାରଣଙ୍କୁ ସବୁଜ ବାଣ ଫୁଟାଇବାକୁ ଅପିଲ କରାଯାଇଛି । ବେଆଇନ ବାଣ ଫୁଟାଇବା ରୋକିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.