ଅନୁମତି ମିଳିବା ପରେ ଜେଲରୁ ଆସି ପତ୍ନୀଙ୍କୁ ଭେଟିଲେ ମନୀଷ ସିସୋଦିଆ

ସ_files-1-750x430

ନୂଆଦିଲ୍ଲୀ: ପତ୍ନୀଙ୍କୁ ଭେଟିଲେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଅଦାଲତର ଅନୁମତି ମିଳିବା ପରେ ମନୀଷ ସିସୋଦିଆ ରୋଗଗ୍ରସ୍ତ ଥିବା ପତ୍ନୀଙ୍କୁ ଭେଟିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ ତିହାର ଜେଲରେ ଥିବା ସିସୋଦିଆଙ୍କୁ ପତ୍ନୀଙ୍କୁ ଭେଟିବା ପାଇଁ ୬ଘଣ୍ଟା ଅର୍ଥାତ୍ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତାଙ୍କୁ ଜେଲ ଭ୍ୟାନରେ ମଥୁରା ରୋଡରେ ଥିବା ତାଙ୍କ ଘରକୁ ପୁଲିସ ପ୍ରାୟ ସକାଳ ୧୦ଟାରେ ନେଇ ପହଞ୍ଚାଇଥିଲା।

ଏହାପୂର୍ବରୁ ଜୁନ୍ ମାସରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସ୍କ୍ଲେରୋସିସରେ ପୀଡିତ ତାଙ୍କ ପତ୍ନୀ ସୀମାଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ। ତେବେ ଭେଟିବା ଦିନ ହଠାତ୍ ସୀମାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି କାରଣରୁ ସିସୋଦିଆ ପତ୍ନୀଙ୍କୁ ଭେଟି ପାରିନଥିଲେ।

ତେବେ ଅକ୍ଟୋବର ୩୦ରେ ସୁପ୍ରିମ୍‌ କୋର୍ଟ ‘ଆପ୍‌’ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।ଅକ୍ଟୋବର ୧୭ ତାରିଖ ଦିନ ଦୁଇଟି ପୃଥକ୍‌ ଜାମିନ ଆବେଦନର ବିଚାର କରି ବିଚାରପତି ସଞ୍ଜୀବ ଖାନ୍ନା ଓ ଏସ୍‌. ଭି. ଏନ୍‌. ଭଟ୍ଟି ରାୟ ସଂରକ୍ଷିତ ରଖିଥିବା ବେଳେ ୩୦ରେ ଜାମିନ ଆବେଦନ ଖାରଜ କରିଥିଲେ।

nis-ad
Leave A Reply

Your email address will not be published.