ଖଡଗପୁର ଠାରେ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟଣା: କେନ୍ଦ୍ରାପଡାର ଜଣେ ମହିଳାଙ୍କ ମୃତ୍ୟୁ…

woman-2-1

କେନ୍ଦ୍ରାପଡ଼ା: ଗତକାଲି ରାତିରେ କୋଲକତାରୁ ଓଡିଶା ଆସୁଥିବା ଏକ ବସରେ ଖଡଗପୁର ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା କେନ୍ଦ୍ରାପଡ଼ା ଇଚ୍ଛାପୁର ନିକଟ ନୋଳିଆ ଗାଁର ପୁଷ୍ପଞ୍ଜଳି । ତାଙ୍କ ସ୍ୱାମୀ କୋଲକତାରେ ଚାକିରି କରିଥିଲେ । ମହିଳାଜଣକ କୋଲକତାରେ ରହୁଥିବା ବେଳେ ଦୀପାବଳି ପାଇଁ ନିଜ ସ୍ୱାମୀ ଓ ପୁଅଙ୍କ ସହ ଘରକୁ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ କୋଲକାତାରୁ ପାରାଦୀପ ଆସୁଥିବା ଶିବମ ବସ ଖଡ଼ଗପୁର ଡେବ୍ରା ମାଧପୁର ଠାରେ ନିଆଁ ଲାଗି ଜଳିଯାଇଥିଲା ଯାତ୍ରୀବାହୀ ବସ । ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍‌ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ଛାଡ଼ିଦିଆ ଯାଇଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଦିନୀପୁର ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ ଏବଂ ଗ୍ରାମୀଣ ଡାକ୍ତରଖାନାକୁ ନେଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ବେଳେ ୪ ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ବସରେ ଥିବା ଯାତ୍ରୀଙ୍କ ବହୁ ସାମଗ୍ରୀ ଜଳି ଯାଇଛି ।
ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଜଳେଶ୍ୱର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଓଡିଶାର ଆହତ ମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ଅଣାଯାଇଛି ।

nis-ad
Leave A Reply

Your email address will not be published.