ଶଙ୍କରାଖୋଲଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଗତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ମା ଗଜଲକ୍ଷ୍ମୀଙ୍କ ପୂଜା ଦୀର୍ଘ ପନ୍ଦର ଦିନ ପରେ ଆଜି ଉଦଯାପିତ ହୋଇଯାଇଛି l ମା ଗଜଲକ୍ଷ୍ମୀଙ୍କ ପୂଜା ଏ ଅଞ୍ଚଳର ସବୁଠାରୁ ବଡ ପୂଜା ଅଟେ l ପ୍ରତ୍ୟେକ ଦିନ ମା ଙ୍କ ମଣ୍ଡପରେ ସକାଳ ଆଳତି ଭୋଗ ରାଗ ପରେ ଦିନରେ ପୌରାଣିକ ନାଟକ ସନ୍ଧ୍ୟାରେ ମେଲୋଡି, ଅପେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଫଳରେ ସମଗ୍ର ପଞ୍ଚାୟତରେ ଏକ ଭକ୍ତି ଭାବ ଧାରାର ମାହୋଲ ସ୍ରୁଷ୍ଟି ହୋଇଥିବା ର ଦେଖିବାକୁ ମିଳିଥିଲା l
ଉଦଯାପନୀ ପୂର୍ବ ପାଞ୍ଚ ଦିନ ନାମି ଦାମୀ କଳାକାର ମାନଙ୍କ ସମେତ ସବୁ ରାଜନୈତିକ ଦଳର ନେତା ମାନଙ୍କୁ ଡକାଇ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l
ଯା ଦ୍ଵାରା ଏକ ଭାଇଚାରା ଭାବ ବିନିମୟ ସ୍ରୁଷ୍ଟି ହୋଇପାରିଛି l ଏହି କାର୍ଯ୍ୟକ୍ରମରେ ସଭାପତି ବିଷ୍ନୁ ଦିଗାଲ ,ଉପସଭାପତି ଚିତ୍ରସେନ କହଁର ସମ୍ପାଦକ କିରାପ କହଁର , ସହ ସମ୍ପାଦକ ରାଜେଶ ପାଣିଗ୍ରାହୀ,କୋଷାଧ୍ଯକ୍ଷ ବିଷ୍ନୁ ଚରଣ ବଗର୍ତ୍ତୀ, ସଦସ୍ୟ ସୁବ୍ରତ ପ୍ରଧାନ, ରାଜୀବ ପ୍ରଧାନ, ବିକ୍ରମ ଦିଗାଲ, ଅଶ୍ୱିନ ପଣ୍ଡା, ମଣ୍ଟୁ ବେହେରା, ଆକାଶ ବେହେରାଙ୍କ ସମେତ ମା ଗଜଲକ୍ଷ୍ମୀପୂଜା ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି ପନ୍ଦର ଦିନିଆ ପୂଜା କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି ପ୍ରତ୍ୟେକ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମର ମଂଚ ସଂଯୋଜନା ସରୋଜ ବେହେରା ସୂଚାରୁ ରୂପେ ତୁଲାଇଥିଲେ l

nis-ad
Leave A Reply

Your email address will not be published.