ସଡକ ଦୁର୍ଘଟଣାରେ ୧ ମୃତ, ୨ଗୁରୁତର…

କାଶିପୁର : ରାୟଗଡା ଜିଲା କାଶିପୁର ଥାନା ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତ ର ବର୍ତ୍ତୀବାଲି ନିକଟରେ ଆଜି ପୁଣି ଏକ ସଡକ ଦୁର୍ଘଟଣା ଘଟି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ କାଶୀପୁର ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାଟି ବାଇକ ଓ ଏକ ଅଟୋ ମଧ୍ୟରେ ମୁହାଁମୁହିଁ ଧୋକା ହେଇଯିବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ର ଅନ୍ୟ ଆରୋହି ଏବଂ ଅଟୋ ରେ ଥିବା ଜଣେ ଯାତ୍ରୀ ଙ୍କ ଗୁରୁତର ହେଇ ଚିକିତ୍ସାଳୟ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତ୍ୟୁ ଜଣକ ହେଲେ କଦମ ଚରା ଗ୍ରାମ ର ରାମ ମାଝି ବୋଲି ଜଣାପଡିଛି । ବାଇକ ଆରୋହି କୌଣସି କାମରେ କାଶିପୁର ଆସି ଘରକୁ ଫେରୁଥିବା ବେଳେ ବିପରୀତ ଦିଗ ଆଡୁ ଆସୁଥିବା ଏକ ଓଟୋ ମଧ୍ୟରେ ମୁହାଁମୁହିଁ ହେଇଯାଇଥିଲା । ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ଏହି ଅଘଟଣ ଘଟି ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ଟି ସନ୍ଧ୍ୟା ସମୟ ପୁଣି ବିଛିନାଞ୍ଚଳ ହେଇଥିବା ରୁ ଅଧିକ ତଥ୍ୟ ସଂଗ୍ରହ ହେଇପାରିନାହିଁ ।

nis-ad
Leave A Reply

Your email address will not be published.