୪୦ରୁ ଉର୍ଦ୍ଧ୍ୱ ଦୋକାନ ଉପରେ ପ୍ରଶାସନର ମିଳିତ ଚଢାଉ…

ହିଞ୍ଜିଳିକାଟୁ (୧୦/୧୧) : ହିଞ୍ଜିଳିକାଟୁ ସହରରେ ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ଶୁକ୍ରବାର ପ୍ରଶାସନର ନିଷ୍ପତ୍ତି କ୍ରମେ ଖାଦ୍ୟ ଓ ସୁରକ୍ଷା ବିଭାଗର ଅଧିକାରୀ। , ପୌରପ୍ରସାଶନ, ହିଞିଳି ପୋଲିସ, ହିଞିଳିକାଟୁ ତହସିଲ, ଅବକାରୀ ବିଭାଗ ମିଳିତ ବିଭିନ୍ନ ଭାବେ ୪୦ରୁ ଉର୍ଦ୍ଧ ଦୋକାନ ଉପରେ ଖାଦ୍ୟ ଓ ସୁରକ୍ଷା ବିଭାଗ,ପୋଲିସ ବିଭାଗ, ଅବକାରୀ ବିଭାଗ ସହାୟତାରେ ଚଢାଉ କରାଯାଇଛି। ହିଞ୍ଜିଳିକାଟୁ ସହରର ୪୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ପ୍ରଶାସନର ମିଳିତ ଚଢ଼ାଉ କରାଯାଉଛି। ସହରରେ ଥିବା ଗୁଟଖା ଗଛିତ ଥିବା ଗୋଦାମ ଘର ଗୁଡିକ ଚଢାଉ ନ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ା ବିଶେଷ କରି ହିଞିଳିକାଟୁ କଲେଜ ଆଦି ଶିକ୍ଷାନୁଷ୍ଠାନର ୧୦୦ ମିଟର ଦୂରରେ ବସଷ୍ଟାଣ୍ଡ ପରିସରରେ, ମୁଖ୍ୟ ଵଜାରରେ ଗୁଟଖା ଓ ଧୂମପାନ ସାମଗ୍ରୀ ବିକ୍ରି କରୁଛନ୍ତି ଓ ପଲିଥିନ ବିକ୍ରି ଓ‌ ବ୍ୟଵହାର କରୁଥିବା ପ୍ରତିଷ୍ଠାନ ମାନଙ୍କ ଠାରୁ ସମୁଦାୟ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି ବୋଲି ହିଞିଳିକାଟୁ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା କହିଛନ୍ତି। । ସେହିପରି ବିଭିନ୍ନ ସ୍ଥାନରେ ଅଫିମ, ଗଞ୍ଜା ତଥା ଡ୍ରଗସ ମଧ୍ୟ ବିକ୍ରି ହେଉଥିବାରୁ ଏହାକୁ ମଧ୍ୟ ଧରପଗଡ କରିବା ସହ ଏହାର ମୁଖ୍ୟ ମାନଙ୍କୁ ଧରିବାକୁ ଦାବି ହେଉଛି ା ସିଗାରେଟରେ ଗୁଟଖା ଓ ସିଗାରେଟ ଭଳି ନିଶା ସାମଗ୍ରୀ ବିକ୍ରି ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ୨୦୦୩ ମସିହାରେ ଆଇନ ପ୍ରଣୟନ କରିଥିଲେ। ତେବେ ଏହାକୁ ବିଳମ୍ବରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ା ଏହି ଚଢାଉ ସ୍ବାସ୍ଥ୍ୟ, ପୋଲିସ, ଅବକାରୀ, ଖାଦ୍ୟ ଓ ସୁରକ୍ଷା ବିଭାଗ ,ଡ୍ରଗସ ନିୟନ୍ତ୍ରଣ ଆଦି ବିଭାଗ ପକ୍ଷରୁ କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ା ଏସବୁ ଯୋଗାଉଥିବା ମୁଖ୍ୟ ଡିଲର ମାନଙ୍କୁ ଧରପଗଡ କରାଗଲେ ବହୁ ବେଆଇନ କାମ ଧରାପଡିବ ବୋଲି ମତପ୍ରକାଶ ପାଉଛି।ଏହି ଚଢ଼ାଉ ଵେଳେ ହିଞିଳିକାଟୁ ଥାନା ଅଧିକାରୀ ଶ୍ରୀନିବାସ ସେଠି, ଖାଦ୍ୟ ଓ ସୁରକ୍ଷା ବିଭାଗର ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି , ହିଞିଳିକାଟୁ ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା, ହିଞିଳିକାଟୁ ପୌରପରିଷଦ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ଦିଲ୍କିପ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ର, କୃଷ୍ଣ ଚନ୍ଦ୍ର ଦାଶ, ହିଞିଳି ଥାନା ପକ୍ଷରୁଏ ଏସ ଆଇ ରାମକୃଷ୍ଣ ବେହେରା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ,ଙ୍କ ସହ ପୌର , ପୁଲିସ,ରାଜସ୍ଵ, ଅବକାରୀ ବିଭାଗ, ଖାଦ୍ୟ ଓ ସୁରକ୍ଷ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.