ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ…

ଛତ୍ରପୁର : ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ାଉତ୍ସବ ଛତ୍ରପୁର ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର କ୍ରୀଡା ସଂସଦର ସଭାପତି ଡଃ ପ୍ରମୋଦ କୁମାର ତ୍ରିପାଠୀ ଉଦଘାଟନ କରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସଂଖ୍ୟାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ହେତୁ ଛାତ୍ରଛାତ୍ରୀ ଓ ଆୟୋଜକ ମଣ୍ଡଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l
ଯୁକ୍ତ ଦୁଇ, ଯୁକ୍ତ ତିନି ଓ ସ୍ନାତକୋତ୍ତର ବିଭାଗର ଉଭୟ ମହିଳା ଓ ପୁରୁଷ ବର୍ଗରୁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ମହାବିଦ୍ୟାଳୟର କ୍ରୀଡ଼ା ସଂସଦର ଉପସଭାପତି ଡ. ଅଜିତ କୁମାର ସେଠୀ ଏବଂ ସହକାରୀ ଉପସଭାପତି ବିଷ୍ଣୁ ଚରଣ ବେହେରା କ୍ରୀଡା ଉତ୍ସବଟିକୁ ପରିଚାଳନା କରିଥିଲେ | ଏହି ଅବସରରେ କ୍ରୀଡା ଶିକ୍ଷୟିତ୍ରୀ ସୁଜାତା ପାତ୍ର, ଛତ୍ରପୁର ୟୁରୋସ୍କୁଲ ର କ୍ରୀଡାଶିକ୍ଷକ ସନ୍ତୋଷ ଗୌଡ଼, ଅଗସ୍ତି ନୂଆଗାଁ ବିଦ୍ୟାଳୟର କ୍ରୀଡାଶିକ୍ଷକ କେ ସୁନୀଲ ପାତ୍ର, ଚିକଲଖଣ୍ଡି ବିଦ୍ୟାଳୟର କ୍ରୀଡାଶିକ୍ଷକ ପ୍ରିୟରଂଜନ ପାତ୍ର ଏବଂ ସୁଶାନ୍ତ କୁମାର ଦାସ ଆଦି ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସୁରୁଖୁରୁରେ ଆଗେଇ ନେବାରେ ସହଯୋଗ କରିଥିଲେ | ପ୍ରଥମ ଦିନରେ 100 ମିଟର ଦୌଡ଼ (ପୁରୁଷ /ମହିଳା ), 400 ମିଟର ଦୌଡ଼ (ପୁରୁଷ /ମହିଳା ), ଲଙ୍ଗ ଜମ୍ପ (ପୁରୁଷ /ମହିଳା ) ଏବଂ ସଟପୁଟ ଥ୍ରୋ (ପୁରୁଷ /ମହିଳା) ଆଦି ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି |
ମହାବିଦ୍ୟାଳୟର ପିଙ୍କି ରାଣୀ ଦେଇ, ଲକ୍ଷ୍ମୀ ନାରାୟଣ ସାହୁ, ରାଜବାଳା ତ୍ରିପାଠୀ, ବିଷ୍ଣୁ ପ୍ରସାଦ କର, ସୁଜାତା ମଲ୍ଲିକ, ଇମତିହାନ ସାହା, ସୁରଚିତା ପଟ୍ଟନାୟକ, ବାଦଲ ସାହୁ, ପ୍ରଦ୍ୟୁମ୍ନ ମଢେଇ, ମନୋରଞ୍ଜନ ମହାରଣା, ଲମ୍ବୋଦର ନାୟକ, ଶିବାନୀ ଗନ୍ତାୟତ, ଆରତୀ ପଣ୍ଡା, ପ୍ରଭାକର ପାଢ଼ୀ, ସନ୍ତୋଷ ବେହେରା, ଜୟନ୍ତ କୁମାର ଦାସ, ମିଲିମିତା ପାଢ଼ୀ, ରଘୁନାଥ ସାହୁ, ରଶ୍ମି ରଞ୍ଜନ ବେହେରା, ସସ୍ମିତା ବେହେରା, ସନ୍ତୋଷିନୀ ପ୍ରଧାନ, ସାପା ରଂଜିତା ରାଣୀ, ଦୁର୍ଗାବାଳା ଟୁଡୁ, ସୁରଜ ଗରଡ଼ା, ଆରତୀ ଦୀକ୍ଷିତ, ପଦ୍ମାବତୀ ନାୟକ, ତରୁଣ କୁମାର ସାହୁ, ଶୁଭ୍ରା ପଣ୍ଡା, ମାନସ ବିଶ୍ୱାଳ, ଶାନ୍ତିଲତା ବେହେରା, ବିନାୟକଘୋଷ, ଦିଲ୍ଲୀପ ବଢ଼ାଇ, ଅରୁଣ ସାହୁ, ରାନୁ ସିଂ, ଆଶିଷ ଦାସ, ପ୍ରତ୍ୟୁଷ କାର୍ଜି, ଶାଶ୍ଵତୀ ନନ୍ଦ, ସ୍ନିଗ୍ଧା ରାଣୀ କର, ବସନ୍ତ ପଟନାୟକ, ଜଗଦୀଶ ସାହୁ, ସୁରେଶ ବେହେରା, ଜଗଦୀଶ ସାହୁ, ଜ୍ୟୋତିରାଜ ବେହେରା, ତ୍ରିନାଥ ବେହେରା, ଭାଗ୍ୟଶ୍ରୀ ସାମନ୍ତରାୟ, ସରୋଜ ନାୟକ,କ୍ଷେତ୍ରବାସୀ ନାୟକ, ରଘୁନାଥ ରେଡ୍ଡୀ, ନୀଳମାଧବ ନାୟକ, ଜିତେନ୍ଦ୍ର ନାୟକ, ଗାନ୍ଧୀ ଶତପଥୀ, ଅମିତ ବେହେରା, କାହ୍ନୁ ଚରଣ ନାୟକ, ପ୍ରଶାନ୍ତ ବେହେରା ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକ ପରିଚାଳନା କରିଥିଲେ |

nis-ad
Leave A Reply

Your email address will not be published.