ଦୀପାବଳି ପୂର୍ବରୁ ପିତୃପୁରୁଷଙ୍କ ସ୍ମୃତିରେ ମଶାଣୀ ସଫେଇ

ଛତ୍ରପୁର : ତେଣୁ କାହାର ବି ମୃତ୍ୟୁ ଘଟିଲେ, ସେହି ସମୟରେ ସମସ୍ତେ ଅପରିଷ୍କାର ତଥା ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇପଡିଥିବା ଗାଁ ମଶାଣୀକୁ ହିଁ ମନେ ପକାଇଥାନ୍ତି। ତେଣୁ ଏହି ମଶାଣି କିପରି ପରିଷ୍କାର ରହିବ, ସେ କଥା ଛତ୍ରପୁରର ଯୁବ ସମାଜସେବୀ ଏନ. ଗିରିଧର ରାଓ ଓ ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଚିନ୍ତା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ।

ଏହି କ୍ରମରେ ଦୀପାବଳିର ପୂର୍ବରୁ, ପୂର୍ବ ପୁରୁଷଙ୍କ ସ୍ମୃତିରେ ଆଜି ପାଲିଆ ଛତ୍ରପୁରସ୍ଥିତ ମଶାଣିରେ ସକାଳ ୬.୩୦ମିନିଟରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିନ ୯ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ସର୍ବପ୍ରଥମେ ଆଦର୍ଶ ବିଷୋୟୀଙ୍କ ନେତୃତ୍ୱରେ ବୀର ହନୁମାନ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ମଶାଣୀ ମଧ୍ୟରେ ଥିବା ଅନାବନା ଗଛଲତା ସଫା କରାଯାଇଥିଲା । ପରେ ଗିରିଧର ରାଓ ଓ ରାଜେଶ କୁମାର ମିଶ୍ରଙ୍କ ଦ୍ୱାରା ମଶାଣି ପରିସର ଝାଡୁ ମରାଯାଇ ପରିଷ୍କାର କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଏସ ରାମକୃଷ୍ଣ ରେଡ୍ଡୀ, ପ୍ରଶନ୍ନ ପାତ୍ର, ବିକ୍ରମ ବେହେରା, କେଶବ ରାଓ, ତ୍ରିପତି ବେହେରା, ମନୋଜ ପାତ୍ର, ବଳିଆ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଏହି ମଶାଣିରେ ଯଥେଷ୍ଟ ଆଲୋକ ଅଭାବ ରହୁଥିବାରୁ ତଥା ଏଠାରେ ଜଳର ସୁଚାରୁ ବ୍ୟବସ୍ଥା ନଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

nis-ad
Leave A Reply

Your email address will not be published.