ମୁକ୍ତା ଯୋଜନା ଆନୁକୂଲ୍ୟରେ ଶୁଭାରମ୍ଭ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ…

ଛତ୍ରପୁର : ଛତ୍ରପୁର ଏନଏସି ପକ୍ଷରୁ ମୁକ୍ତା ଯୋଜନା ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି l ସେମାନେ ଦି ପଇସା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରିବାରେ ସମର୍ଥ ହୋଇପାରୁଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ୫ ନଂ ୱାର୍ଡ ଅଧୀନ ନାଗୁଲୁପେଟା ତୋଟାସାହି ବାସିନ୍ଦା ଙ୍କ ସୁବିଧା ନିମନ୍ତେ ଶ୍ରୀ କଲ୍ୟାଣୀ ଏସଏଚଜି ଗ୍ରୁପ ପକ୍ଷରୁ ମୁକ୍ତା ଯୋଜନା ଆନୁକୂଲ୍ୟରେ ରାସ୍ତା ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି l ଏଥିରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ, ୫ନଂ ୱାର୍ଡ କାଉନସିଲର ଡି. ଇନ୍ଦୁ , ଶ୍ରୀ କଲ୍ୟାଣୀ ଏସଏଚଜି ଗ୍ରୁପ ର ସଭାନେତ୍ରୀ ଏସ. ବାସନ୍ତୀ,ସମ୍ପାଦିକା ଙ୍କ ସମେତ ଗ୍ରୁପ ର ଅନ୍ୟାନ୍ୟ ସଦସ୍ୟ, କନିଷ୍ଠ ଯନ୍ତ୍ରୀ ଜ୍ୟୋସ୍ନାମୟୀ ଜେନା,ଛତ୍ରପୁର ଏନଏସିର ଏମଇ ଜୟ ଜଗଦୀଶ ପାଢ଼ୀ, ଆଇଇ ଚିରଞ୍ଜୀବ ବେହେରା ପ୍ରମୁଖ ଉପସ୍ଥିତରହି ଉକ୍ତ କାର୍ଯ୍ୟ ଆରମ୍ଭ କରିଥିଲେ |

nis-ad
Leave A Reply

Your email address will not be published.