ବଣ୍ଡାଘାଟି ଅଞ୍ଚଳରେ ଜାତୀୟ ଆଇନସେବା ଦିବସ ପାଳିତ…

ମାଲକାନଗିରି (୯।୧୧) : ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଠାରେ ଜାତୀୟ ଆଇନ ସେବା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛିା ମାଲକାନଗିରି ଜିଲ୍ଲା ଜର୍ଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡଙ୍ଗିଙ୍କ ନିର୍ଦେଶ କ୍ରମେ ଏହା ଆଦିମ ଜନଜାତିଙ୍କ ଅଞ୍ଚଳରେ ପ୍ରଥମଥର ପାଇଁ ପାଳିତ ହୋଇଛିା ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ବରିଷ୍ଠ ବିଚାରପତି ସଚିବ ରାକେଶ କୁମାର ମୁଦୁଲି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ ସେବା ପ୍ରତିରକ୍ଷା ଓକିଲ ଆଇନଜୀବି ଅଶୋକ କୁମାର ପଟ୍ଟନାୟକ, ମୁଦୁଲିପଡା ଥାନା ଓ.ଆଇ.ସି. କେ. ସାଙ୍ଗମା, ମୁଦୁଲିପଡା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧନ ଶିଶା, ମୁଦୁଲିପଡା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଦୁଇଟି ବିଦ୍ୟାଳୟର ପ୍ରାୟ ୪୦୦ ଛାତ୍ରଛାତ୍ରୀ ଓ ସଚେତନ ନାଗରିକ, ଗ୍ରାମବାସୀ ଯୋଗଦାନ କରିଥିଲୋ କାର୍ଯ୍ୟରକ୍ରମ ଆରମ୍ଭରେ ମୁଦୁଲିପଡା ଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲ।। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ରାଲିରେ ବାଲ୍ୟ ବିବାହର ଅପକାରିତା ଓ ଦଣ୍ଡର ବ୍ୟବସ୍ଥା, ଗଂଜେଇ ଚାଲାଣରେ ନିରୀହ ଆଦିବାସୀ, ଶିଶୁ ମାନଙ୍କୁ କିପରି ନିୟୋଜିତ କରି ସେମାନଙ୍କୁ ଫସା ଯାଉଛି ତା ଉପରେ ନାଟକ ପ୍ରଦର୍ଶନ କରିଥିଲୋ ଆଇନ ସେବା ପ୍ରାଧିକରଣ ଆଇନ ଏବଂ ଏଥିରେ ଥିବା ସମସ୍ତ ବ୍ୟବସ୍ଥା ଆଇନର ପ୍ରାବଧାନ ଇତ୍ୟାଦି ଉପରେ ବିଚାରପତି ଆଲୋଚନା କରିଥିଲୋ ପ୍ରମୁଖ ପ୍ରତିରକ୍ଷା ଓକିଲ ଅଶୋକ ପଟ୍ଟନାୟକ ଶିଶୁ ଅଧିକାର, ମାନବିକ ଅଧିକାର, ବାଲ୍ୟ ବିବାହ ନିରୋଧ ଆଇନ, ଶିକ୍ଷା ଅଧିକାର ଆଇନ, ଇତ୍ୟାଦି ଉପରେ ବୁଝାଇଥିଲୋ ସବ୍ ଇନିସ୍ପେକ୍ଟର କେ. ସାଙ୍ଗାମା ଗଂଜେଇ ଚାଲାଣରେ ନିରୀହ ଆଦିବାସୀ, ଶିଶୁ ମାନଙ୍କ ନିୟୋଜିତ ତଥା ତା ଦ୍ୱାରା ହଇରାଣ, ହରକତ, ଦଣ୍ଡ ଭୋଗିବା ଓ ଉକ୍ତ ସମ୍ପର୍କିତ ଆଇନ ଉପରେ ବୁଝାଇଥିଲୋ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଇନ ଶିକ୍ଷାର ମହତ୍ୱ ଉପରେ ବୁଝାଇଥିଲେ ।

nis-ad
Leave A Reply

Your email address will not be published.