ଛତ୍ରପୁରଠାରେ ଜାତୀୟ ଆଇନ ସେବା ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଡିଜେଏମ ପ୍ରିତିଶ କୁମାର ରଥ , ସିନିୟର ସିଭିଲ ଜଜ୍ ଲୀପା ମହାନ୍ତି, ଜେଏମଏଫସି ସ୍ୱୟଂସିକ୍ତା ପତି , ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ଆଇନଜିବୀ ବ୍ରଜମୋହନ ଆଚାର୍ଯ୍ୟ, ଡଃ ଅଳକା ମିଶ୍ର , ଶ୍ୟାମ କୁମାର ରାଓ , ରାମକୃଷ୍ଣ ଦାଶ, ନରସିଂହ ପାଢି, ପର୍ଶୁରାମ ଗୈାଡ, ସରକାରୀ ଓକିଲ ସୁରେଶ କୁମାର ପଣ୍ଡା, ତାଲୁକ ଆଇନ ସେବା କମିଟିର ସଦସ୍ୟ ମନୋଜ କୁମାର ପାଢି ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ଜାତୀୟ ଆଇନ ସେବା ଦିବସ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ ଗୋପାଲ ରାଓ, ଉପସଭାପତି ପ୍ରମୋଦ କୁମାର ପୂରୋହିତ , ଅନାମ ପ୍ରଧାନ, ମନୋଜ କୁମାର ବେହେରା, ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରା, ସରକାରୀ ଓକିଲ କାଳି ପ୍ରସାଦ ଦାଶ, ଆଇନଜିବୀ ଚୈତନ୍ୟ ପ୍ରଧାନ, ସମୀର କୁମାର ପାଣିଗ୍ରାହୀ, ବାବୁ ନାହାକ, ସଂଜୟ ବେହେରା, ଟି . ମୋହନ ରେଡ୍ଡୀଙ୍କ ସମେତ ସଂଘର ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.