ନକଲି ଘିଅ ପ୍ରସ୍ତୁତ କର୍ତ୍ତା ଗିରଫ ବ୍ୟବହୃତ ସାମଗ୍ରୀ ଜବତ

ନକଲି ସାମଗ୍ରୀ ର ପେଣ୍ଠ ସ୍ଥଳୀ ବ୍ରହ୍ମପୁର… ଏଠାରେ ସବୁ ନକଲି… ଅସଲି କିଏ ? ନକଲି କିଏ ? କହିବ କିଏ…?
ବ୍ରହ୍ମପୁର : ଆଜି ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳ ରେ ନକଲି ଘିଅ ପ୍ରସ୍ତୁତ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି। ଏହି ନକଲି ଘିଅ ପ୍ରସ୍ତୁତ କର୍ତ୍ତା ଇପାରୀ ରାଜେଶ୍ୱର ପାତ୍ର କୁ ଗିରଫ କରାଯାଇଛି । ମା ଦୁର୍ଗା ଘିଅ ନାମରେ ନକଲି ଘିଅ ପ୍ରସ୍ତୁତ କରି ବିକ୍ରି ଦୀର୍ଘ ଦିନ ହେଲା ବ୍ୟବସାୟ ଚାଲିଥିଲା। ଏହି ବ୍ୟବସାୟ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକୁ ଚାଲାଣ କରାଯାଉଥିଲା । ପୋଡ଼ା ତେଲ, ନିମ୍ନ ମାନର ପାମତେଲ ସହ ବିପଦ ଜନକ କେମିକାଲ ମିଶ୍ରଣ କରି ନକଲି ଘିଅ ପ୍ରସ୍ତୁତ କରୁଥିଲେ। ପ୍ରସ୍ତୁତ ତାରିଖ କିମ୍ବା ଏକ୍ସପାଏରି ତାରିଖ ଉଲ୍ଲେଖ ହୋଇନାହିଁ। ବିଭିନ୍ନ କମ୍ପାନୀ ର ଲେବେଲ ଓ ନକଲି ଘିଅ ପ୍ରସ୍ତୁତ ପାଇଁ ଥିବା କଞ୍ଚା ମାଲ ମଧ୍ୟ ଜବତ କରାଯାଇଛି ।

ପୂର୍ବରୁ ବେଆଇନ ଗୁଟଖା ବ୍ୟବସାୟ ମାମଲାରେ ସମ୍ପୃକ୍ତ ମାଲିକ ଗିରଫ ହୋଇଥିଲେ।ପ୍ରକାଶ ଥାଉ କି ନିସର୍ତ୍ତ ରେ ବ୍ରହ୍ମପୁର ରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ତେଲ, ମସଲା ଓ କସମେଟିକ ସାମଗ୍ରୀ ନାମିଦାମୀ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା କଥା ପ୍ରକାଶ ହୋଇଥିଲା। ଦାୟିତ୍ୱ ରେ ଥିବା ଅଧିକାରୀ ଶିତତାପ ନିୟନ୍ତ୍ରଣ କକ୍ଷରେ ବସି ରହୁଥିବା ଯୋଗୁଁ ଏହି ନକଲି ସାମଗ୍ରୀ କାରବାର ରୀତିମତ ଚାଲିଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.