ଦୁଇ କାର ମୁହାଁମୁଁହି ଧକ୍କା ଅଳ୍ପକେ ବର୍ତ୍ତିଲେ ଚାଳକ !

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଝମନକିରା ରାସ୍ତାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଉକ୍ତ ରାସ୍ତାରେ ବୀରମିତ୍ରପୁର ପଟୁ କେନ୍ଦୁମୁଣ୍ଡା ଫେରୁଥିବା ଗୋଟିଏ ଇକୋ କାର ଯାହାର ନମ୍ବର (ଓଡ଼ି – ୧୪ ଦବ୍ଲ୍ୟୁ – ୨୦୮୨) ଓ ବିପରୀତ ଦିଗରୁ ବ୍ରିଜା କାର ଯାହାର ନମ୍ବର ( ଓଡ଼ି – ୨୩ଏମ- ୫୧୩୫) ଝାରସୁଗୁଡା ରୁ ବୀରମିତ୍ରପୁର ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହେଇଥିଲେ। ଫଳରେ ଉଭୟ ଗାଡ଼ିର ଚାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ଟିଯାଇଥିଲେ ! କେଣ୍ଡୁମୁଣ୍ଡା ଅଞ୍ଚଳର ମାରୁତି ଇକୋ କାରର ମାଲିକ ନାବର ଡୁଙ୍ଗଡୁଙ୍ଗ ନିଜେ ଗାଡ଼ି ଚଳାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଅଞ୍ଚଳର ବ୍ରୀଜା କାରର ମାଲିକ କୃଷିଚରଣ ପାତ୍ର ମଧ୍ୟ ନିଜେ ଗାଡ଼ି ଚଳାଉଥିବା ଜଣାପଡିଛି ! ରାଏବୋଗା ପୁଲିସ ଏସ ଆଇ ଗୁଲବୋଧନ ମାଝି କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି !

nis-ad
Leave A Reply

Your email address will not be published.