ଅଭିନଵ ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ତରଫରୁ ପ୍ରତିବାଦ

ମାଲକାନଗିରି : ଆଜି ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଲ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂକୀର୍ତନ ମାଧ୍ୟମରେ ପ୍ରତିବାଦ ଜଣାଇଛନ୍ତି । ଆଜିର ଏହି ପ୍ରତିବାଦ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ୫୦ରୁ ଉର୍ଧ କର୍ମୀ ଏବଂ କର୍ମକର୍ତା ମନ୍ଦିର ସାମ୍ନାନରେ ସଂକୀର୍ତନ କରି ପୂରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବା, ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଭଣ୍ଡାରରେ ଗଛିତ ଥିବା ସ୍ୱର୍ଣ ଅଳଙ୍କାର ଯାଂଚ, ଦରଦାମ ନିୟନ୍ତ୍ରଣ, ଇତ୍ୟାଦି ବିଷୟରେ ପ୍ରତିବାଦ କରିଥିଲୋ ରାଜ୍ୟ ସରକାର କଂଗ୍ରେସ ଦାବିକୁ ତୁରନ୍ତ ଗ୍ରହଣ କରି ପଦ କ୍ଷେପ ନେବାପାଇଁ ସଂକୀର୍ତନ ମାଧ୍ୟମରେ ପ୍ରଚାର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶରତ ବୁରୁଦା, ଜି ଶ୍ରୀନିବାସ ରାଓ, ପଦ୍ମରଞ୍ଜନ ପାଙ୍ଗି,ସରୋଜ ପାତ୍ର ,ଛବି ଦାସ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.