ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ…

ଛତ୍ରପୁର : ସ୍ଥାନୀୟ ଗଞ୍ଜାମ ଏସପି ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଗଞ୍ଜାମ ଏସପି ଜଗମୋହନ ମିନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା କୁ ଅଧିକ ସୁଦୃଢ କରିବାକୁ ଏସପି ନିର୍ଦେଶ ଦେଇଥିଲେ l ଥାନା ଅଂଚଳ ରେ ଦାଗି ଅପରାଧି ମାନଙ୍କୁ ଚିନ୍ହଟ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି l ଏହା ସହିତ ଜେଲ ଫେରନ୍ତା ମାନଙ୍କ ଉପରେ ମଧ୍ୟ ତୀକ୍ଷଣ ନଜର ରଖାଯିବା ସହିତ ସେମାନଙ୍କ କାର୍ଯ୍ୟକଳାପ ଗୁଡିକ ଉପରେ ଅନୁଧ୍ୟାନ କରିବାକୁ କୁହାଯାଇଛି l ଗ୍ରାମାଞ୍ଚଳ ଗୁଡିକରେ ବିଶୃଙ୍ଖଳା କରୁଥିବା ବିଶୃଙ୍ଖଳାକାରି ମାନଙ୍କୁ 107 ଓ 110 ସିଆରପିସି ମାମଲା ଜାରି କରିବା ପାଇଁ ମଧ୍ୟ କୁହାଯାଇଛି l ଗତ ମାସରେ କେତକ ବିଶୃଙ୍ଖଳାକାରି ମାନଂକୁ 110 ମଧ୍ୟ ବହୁ ଥାନା ଅଂଚଳ ରେ ପ୍ରଦାନ କରାଯାଇଛି ବୋଲି ମଧ୍ୟ ଏସପି କହିଥିଲେ, ବିଭିନ୍ନ ଥାନା ଅଂଚଳ ଗୁଡିକ ରେ ଥିବା ୟୁଡ଼ି କେସ ଗୁଡିକ ର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଥିଲେ l ପୁରୁଣା ୱାରେଣ୍ଟ, ମାଦକ ଦ୍ରବ୍ୟ ଧରପଗଡ଼ ସହ ଯାନ ବାହାନ ଯାଞ୍ଚ କଡାକଡି କରିବା, ମଦୁଆ ଗାଡି ଚାଳକ ଙ୍କୁ ଗିରଫ କରିବା, ବିଶୃଙ୍ଖଳା କୁ ନଜର ରେ ରଖି ଠିକ ସମୟରେ ଠିକଣା ସ୍ଥଳରେ ପହଞ୍ଚି ସମୟୋଜିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏସପି ପରାମର୍ଶ ଦେଇଛନ୍ତି l ବିଭିନ୍ନ ଥାନାରେ ପଡିରହିଥିବା ମାମଲା ଗୁଡିକର ତୁରନ୍ତ ଫଇସଲା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦେଶ ଦେଇଛନ୍ତି l ପ୍ରତି ମାମଲା ର ତଦନ୍ତ ପ୍ରକ୍ରିୟା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ସମସ୍ତ ଦିଗ ଉପରେ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି l ଲୋକେ ଯେପରି ଠିକ ସମୟରେ ନ୍ୟାୟ ପାଇବେ ସେ ଦିଗରେ ସଚେତନତା ରହିବାକୁ ଏସପି କହିଥିଲେ l ଏହି ବୈଠକ ରେ ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.