ଆର୍ଥିକ ସ୍ଵାକ୍ଷରତା ଓ ସେବା ସଚେତନତା ଶିବିର…

ଫୁଲବାଣୀ (୦୬/୧୧) : ରାଜ୍ୟ ସରକାରଙ୍କ ସଞ୍ଚୟ ଓ ଆର୍ଥିକ ସେବା ନିର୍ଦେଶାଳୟ ଆନୁକୂଲ୍ୟ ରେ ସଞ୍ଚୟ ପକ୍ଷ ପାଳନ ଅବସରରେ ସଞ୍ଜୟ ସ୍ମୃତି ସରକାରୀ ବାଳିକା ମହାବିଦ୍ୟାଳୟ, ଫୁଲବାଣୀରେ ଆର୍ଥିକ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ଉପ- ଜିଲ୍ଲାପାଳ, ଜ୍ୟୋତି ଶଙ୍କର ରାୟ , ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ବିଜୟ ଚନ୍ଦ୍ର ପାଳ ଅଧ୍ୟକ୍ଷ ଡ଼. ତନୁଜା ସିଂ, ସହକାରୀ ଜିଲ୍ଲାପାଳ ବିବେକାନନ୍ଦ ସାମଲ, ଡାକପାଳ ଅରୁଣ କୁମାର ସାହୁ, ଲିଡ଼ ଜ଼ିଲ୍ଲା ମ୍ୟାନେଜେର ହରେକୃଷ୍ଣ ଜେନା ଓ ଖଜୁରୀପଡା ତହସିଲଦାର ନିଜ ବକ୍ତବ୍ୟ ପ୍ରଦାନ କରି ଜନସାଧାରଣଙ୍କୁ ସଞ୍ଚୟରେ ମହତ୍ତ୍ୱ ବୁଝାଇଥିଲେ | ଆର୍ଥିକ ସଚେତନତା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ସମ୍ପାଦନ କରାଯାଇଥିଲା |

nis-ad
Leave A Reply

Your email address will not be published.