ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ଫୁଲବାଣୀ : ଓଡ଼ିଶାର ଗ୍ରାମାଞ୍ଚଳ ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅର୍ଥ ମଞ୍ଜୁର କରୁଛନ୍ତି । ନୂଆ ଓଡ଼ିଶାରେ ଗାଁ ଲୋକମାନେ ବିକାଶର ଭାଗିଦାର ହୋଇଛନ୍ତି । ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ ବୋଲି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ୧୧ତମ ଦିନରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଶୁଭାରମ୍ଭ ଅବସରରେ କହିଛନ୍ତି । ସେହିପରି, ଆମେ ସମସ୍ତେ ମିଳିମିଶି ଭଲ କାମ କରିବୁ, ସ୍ଵଳ୍ପତାର ସହ କାମ କରିବୁ ଏବଂ ନବୀନ ଓଡ଼ିଶା ଗଢ଼ିବୁ ବୋଲି 5 T ଓ ‘ ନବୀନ ଓଡ଼ିଶା ‘ ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ କହିଛନ୍ତି।
ଏହି କ୍ରମରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ୩ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ ୨ହଜାର ୯୯ଟି ପ୍ରକଳ୍ପ ପାଇଁ ୮୫ କୋଟି ୫୦ ଲକ୍ଷ ମଞ୍ଜୁର କରିଛନ୍ତି । ଜନ ଅଭିଯୋଗ ଶୁଣାଣି ଆଧାରରେ ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ସେତୁ, ସଡ଼କ, ଭଳି ପ୍ରକଳ୍ପ ପାଇଁ ୭ ଦିନରେ ମଞ୍ଜୁରୀ ହେବା ସ୍ଵପ୍ନ ଭଳି ଲାଗୁଛି ବୋଲି ମାନନୀୟ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ମାନନୀୟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ ଏବଂ ବ୍ଲକ ଅଧ୍ୟକ୍ଷ ଓ ଅଧକ୍ଷାମାନେ ବିଭିନ୍ନ ବ୍ଲକରେ ହୋଇଥିବା ଉଦ୍‌ଘାଟନୀ ସମାରୋହ ରେ କହିଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକର ୫୪ ଗୋଟି ଗ୍ରାମ ପଞ୍ଚାୟତରେ ୭୦୮ ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ୨୭ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକର ୫୬ ଗୋଟି ଗ୍ରାମ ପଞ୍ଚାୟତରେ ୭୩୬ ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକର ୬୧ ଗୋଟି ଗ୍ରାମ ପଞ୍ଚାୟତରେ ୬୫୫ ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ୩୦ କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ଜଣାପଡ଼ିଛି । 5 T ଓ ’ ନବୀନ ଓଡ଼ିଶା ’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କନ୍ଧମାଳ ଜିଲ୍ଲା ଗ୍ରସ୍ତ ପରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧୩ ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରାଯାଇଛି । ଏଥ‌ିରେ ରହିଛି, ବାଲିଗୁଡ଼ାରୁ ବୁଡ଼ାଗୁଡ଼ା ପର୍ଯ୍ୟନ୍ତ ରାସ୍ତା, ୩ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା, ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, କୋଟଗଡ଼ ଆଦିବାସୀ ହଷ୍ଟେଲ, ଆଦିବାସୀ କଲେଜ, ଲୁଡୁ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ଓ ଅନ୍ୟାନ ପ୍ରକଳ୍ପ । ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ପାଇଁ ମଧ୍ୟ ଟଙ୍କା ମଞ୍ଜୁର କରାଯାଇଛି । ସେଥିରେ ରହିଛି ପ୍ରସିଦ୍ଧ ଦାରିଙ୍ଗିବାଡ଼ି ପର୍ଯ୍ୟଟନ କ୍ଷେତ୍ର ବିକାଶ, ରାଇଖୋଲ ପଞ୍ଚାୟତରେ ସେତୁ, ସାଲୁଙ୍କି ନଦୀ ଉପରେ ସେତୁ, ରଡିଙ୍ଗିଆ ରେ ସେତୁ,ଦୁଲିରି, ରିଶିମାଳ, ବାଲିଗୁଡ଼ା ପର୍ଯ୍ୟଟନ କ୍ଷେତ୍ର ବିକାଶ, ୩ଟି ଚେକ୍ ଡ୍ୟାମ୍ ଓ ୩ଟି କଲେଜ । ସେହିପରି, ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ୧୪ ଟି ଗୁରୁତ୍ଵପୂର୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର କରାଯାଇଛି। ସେଥ‌ିରେ ରହିଛି ୩ଟି ବୃହତ୍ ସେତୁ, ବରାଳ ଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିର,କସମ୍ ପାଇଁ ରଭଲଭିଙ୍ଗ୍ ଫଣ୍ଡ୍,୩ଟି ଜଳ ପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ,୭ଟି ଚେକ୍ ଡ୍ୟାମ୍,ଓ ୩ଟି କଲେଜ୍ । ତେବେ, ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୯ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୮କୋଟି ୩୭ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । କନ୍ଧମାଳ ଜିଲ୍ଲାରେ ଆଜିର ଏହି ଉଦ୍‌ଘାଟନୀ ସମାରୋହ ରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.