ଟାଟା ପାୱାର ଦକ୍ଷିଣାଞ୍ଚଳ ର ମନମାନି : ମିଟର ଅଚଳ ଥିଲେ ବି ଆସୁଛି ବିଲ…

ମିଟର ରିଡିଙ୍ଗ ରେ ହେଉଛି ଶୋଷଣ ସାଧାରଣ ଲୋକେ ହଟ ହଟା… !


ବ୍ରହ୍ମପୁର : ୭ -୧୧ ରାଜ୍ୟ ସରକାର ଟାଟା ପାୱାର ଦକ୍ଷିଣା ଞ୍ଚଳ ହାତକୁ ବିଦ୍ୟୁତ ସଂସ୍ଥା କୁ ଟେକିଦେବା ପରେ ସାଧାରଣ ଲୋକେ ଶୋଷଣ ର ଶିକାର ହେଉଥିବା ଅଭିଯୋଗ ହେଉଛି। ଶିକ୍ଷିତ ଅଶିକ୍ଷିତ ସବୁ ବର୍ଗ ର ଲୋକଙ୍କୁ ବିଭିନ୍ନ ଉପାୟରେ କମ୍ପାନୀ ଠକୁଥିବା ଏବେ ଚର୍ଚ୍ଚା କୁ ଆସିଛି। ବ୍ରହ୍ମପୁର ର ଜଣେ ଶିକ୍ଷିତ ଭଦ୍ର ବ୍ୟକ୍ତି ଙ୍କ ଘରର ମିଟର ଅଚଳ ସମ୍ପର୍କ ରେ ଟାଟା ପାୱାର ଅଫିସ ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗତ ଅକ୍ଟବେର ୯ ତାରିଖ ରେ ବିଦ୍ୟୁତ ର ବକେୟା ଟଙ୍କା ପୈଠ କରିଥିଲେ। ତାପରେ କୌଣସି କାର୍ଯ୍ୟରେ ସେ ବାହାରକୁ ଚାଲିଯାଇ ଥିଲେ। ଅଭିଯୋଗ ପରେ ଟାଟା ପାୱାର ର କର୍ମଚାରୀ ମାନେ ନୂତନ ମିଟର ସଂଯୋଗ କରିବାକୁ ଆସିଥିଲେ। ଉକ୍ତ ବ୍ୟକ୍ତି ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ମିଟର ସଂଯୋଗ କରିବାକୁ କହିଥିଲେ।ନୂତନ ମିଟର ସଂଯୋଗ କରି କର୍ମଚାରି ମାନେ ଚାଲିଯାଇଥିଲେ।ଏବେ ନଭେମ୍ବର ମାସରେ ୪୪୦୦ ଟଙ୍କା ର ବିଲ ଆସିଛି ଯାହାକି ଆଶ୍ଚର୍ଯ୍ୟ କରିଛି ଏହାକୁ ନେଇ ସେ ଟାଟା ଅଫିସର ମାନଙ୍କ ସହିତ ଯୋଗାଯୋଗ ବି କରିଥିଲେ କିନ୍ତୁ ଅଫିସର ମାନେ ବି ନିରବ ଯାହାକୁ ନେଇ ଦୁର୍ନୀତି ର ଗନ୍ଧ ବାରି ହୋଇପାରୁଛି l ଏଠାରେ ସୂଚନା ଥାଉକି ଯଦି ମିଟର ଅଚଳ ବୋଲି ଅଭିଯୋଗ ପରେ ଘର ମାଲିକ ଘରେ ତାଲା ପଡିଥିଲା। ଯେଉଁ କର୍ମଚାରୀ ଆସି ମିଟର ଖରାପ ହେବା ଜାଣି ମଧ୍ୟ ରିଡ଼ିଙ୍ଗ କିପରି ନେଲେ ଓ ବିଲ କମ୍ପାନୀ କିପରି ପଠାଇଲେ ଏହାର ଉତ୍ତର ଟାଟା ପାୱାର ପାଖରେ ନାହିଁ। ମିଟର ରିଡ଼ିଙ୍ଗ ନେବାକୁ ଆସୁଛନ୍ତି, ନା ଘରେ ବସି ରିଡ଼ିଙ୍ଗ ନେଉଛନ୍ତି, ବୋଲି ଅଭିଯୋଗ ହେଉଛି ।ସେହି ମିଟର ରିଡର କିପରି ରିଡିଙ୍ଗ ନେଲେ ତାହା ତଦନ୍ତ ସଫେକ୍ଷ l ଯଦି ଏହାର ସମାଧାନ ନହୁଏ ତେବେ ବର୍ତ୍ତମାନ ଉକ୍ତ ଭଦ୍ର ବ୍ୟକ୍ତି ଏବେ କଜ୍ୟୁମର କୋର୍ଟ ରେ ଆଶ୍ରୟ ନେବେ ବୋଲି କହିଛନ୍ତି। ଟାଟା ପାୱାର ଲୋକଙ୍କୁ ଯେପରି ଶୋଷଣ କରୁଛି,ବିଦ୍ୟୁତ ଉପଭୁକ୍ତା ଆଇନର ଆଶ୍ରୟ ନେବାକୁ ନିବେଦନ କରିଛନ୍ତି। ପ୍ରକାଶ ଥାଉକି ଟାଟା ପାୱାର ଦକ୍ଷିଣାଞ୍ଚଳ କମ୍ପାନୀ ର କେତେକ ଅଧିକାରୀ ଓ କର୍ମଚାରୀ ମାନେ ଲୋକଙ୍କୁ ବିଭିନ୍ନ ଉପାୟରେ ଠକୁ ଥିବା ଘଟଣା ରୀତିମତ ହେଉଛି। କେତେକ ଯନ୍ତ୍ରୀ କର୍ମଚାରୀ ଙ୍କୁ ସାଙ୍ଗରେ ଆସି ବିଦ୍ୟୁତ ଉପଭୁକ୍ତା ଙ୍କୁ ଆପଣଙ୍କ ମିଟର ଟେମ୍ପରିଙ୍ଗ ହେଇଛି, କହି ଭୟଭୀତ କରନ୍ତି। ତାପରେ ମୋଟା ଅଙ୍କ ଜରିମନା ଦେବାକୁ ଦାବୀ କରି କାର୍ଯ୍ୟାଳୟ କୁ ଡାକନ୍ତି। ସେଠାରେ ଯାହା ଜରିମନା କହିଥିବେ ସେଥିକୁ ନେଇ ମୂଲଚାଲ ହୁଏ। ବାବୁ ଙ୍କ ପକେଟ ଗରମ ହେଲା ପରେ ସ୍ୱଳ୍ପ ଜରିମନା ର ରସିଦ କାଟି ହାତକୁ ବଢ଼ାଇ ଦିଅନ୍ତି, ବିଚରା ଧର୍ମକୁ ଆଦରି ଚୁପଚାପ ଚାଲି ଆସେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ସେବା କମ ଶୋଷଣ ବେଶୀ ବୋଲି ଲୋକେ ବିଭିନ୍ନ ସ୍ଥାନରେ କଥା ଚର୍ଚ୍ଚା କରୁଛନ୍ତି। ଯଦି ଶିକ୍ଷିତ ଲୋକଙ୍କ ଏପରି ଅବସ୍ଥା ତାହା ହେଲେ ସାଧାରଣ ଅଶିକ୍ଷିତ ଲୋକେ କେମିତି ଶୋଷଣ ର ଶିକାର ହେଉଥିବା ତାହାକୁ ନେଇ ତର୍ଜମା ହେଉଛି। ରାଜ୍ୟ ସରକାର ଟାଟା ପାୱାର ଦକ୍ଷିଣା ଅଞ୍ଚଳ ର ହାତକୁ ଟେକିଦେବା ଫଳ ଲୋକେ ଆଜି ଶୋଷଣ ର ଶିକାର ହେଉଛନ୍ତି। ବ୍ରହ୍ମl ବିଳି ବିଳାଇଲେ ବେଦ ସଦୃଶ୍ୟ ମିଟର ରିଡର ମାନେ ମନଇଚ୍ଛା ରିଡିଙ୍ଗ ନେଇ ଲୋକଙ୍କୁ ଶୋଷଣ କରିବାକୁ ପଛାଉ ନାହାନ୍ତି ତେଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି….

nis-ad
Leave A Reply

Your email address will not be published.