ନିସର୍ତ୍ତ ରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ : କବିସୂର୍ଯ୍ୟନଗର ରେ ନରେଗା ନାରେ ଦୁର୍ନୀତି ନେଇ ଥାନା ରେ ମାମଲା…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ରେ ପୁଣି ନରେଗା ଘୋଟଲା ଅଭିଯୋଗ ରେ କବିସୂର୍ଯ୍ୟନଗର ଥାନାରେ ଆଉ ଏକ ଏତଲା ଦାଏର ହେବା ପରେ ଥାନା କେସ ନଂ 675/ 2023 ଦଫା 420, 34 IPC ରେ ମାମଲା ରୁଜୁ ହୋଇଥିବା ଆମର ହସ୍ତଗତ ହୋଇଛି। ଯାହା ସୂଚନା ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଜରଡ଼ ପଞ୍ଚାୟତରେ କୋଟି କୋଟି ଟଙ୍କା ର ନରେଗା ଟଙ୍କା ଆତ୍ମସାତ ହୋଇଥିବା ନେଇ ଗ୍ରାମବାସୀ ଙ୍କ ପକ୍ଷରୁ କବିସୂର୍ଯ୍ୟନଗର ଥାନା ରେ ଏତଲା ଦେବା ପରେ ଗ୍ରାମବାସୀ ଙ୍କ ଅଭିଯୋଗ କୁ ଭିତ୍ତି କରି ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଯାହା ସୂଚନା ମିଳିଛି ଗତ 1/11/2023 ତାରିଖରେ ଜରଡ଼ ଗ୍ରାମରେ ଗ୍ରାମବାସୀ ଙ୍କୁ ନେଇ ଗ୍ରାମ ସଭା ବସିଥିଲା.. ଗାଁ ର ବହୁ ଲୋକଙ୍କ ନା ରେ 2021-22 ଏବଂ 2022-23 ବର୍ଷ ରେ MGNREGS ଯୋଜନା ରେ କୋଟି ଏ ରୁ ଉର୍ଦ୍ଧ ଟଙ୍କା କାହା କାହା ନାମ ରେ ଆତ୍ମସାତ କରିବା ଜାଣିବା ପରେ କାମ କରିନଥିବା ଲୋକଙ୍କ ଆକାଉଣ୍ଟ କୁ ଯାଇଛି ଟଙ୍କା । ପୁଣି ଜମି ନଥିବା ଲୋକଙ୍କ ନା ରେ ଉଠାଯାଇଛି ଟଙ୍କା। ତାହା ପୁଣି ଅନ୍ୟ ଗାଁ ର 39 ଜଣ ଲୋକଙ୍କ ନା ରେ ଟଙ୍କା ଉଠାଯାଇଥିବା ପ୍ରମାଣ ପାଇବା ପରେ ଗ୍ରାମବାସୀ ଙ୍କ ନିଷ୍ପତି ପ୍ରକାରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ମାମଲା ରୁଜୁ ହୋଇଥିବା ଜଣାଯାଇଛି। କବିସୂର୍ଯ୍ୟନଗର ଥାନା କେସ ନଂ 675 ରୁ ଜଣାଯାଇଛି ଯେ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗ ରେ କବିସୂର୍ଯ୍ୟନଗର ବିଡ଼ିଓ, ଜେଇ, ପଞ୍ଚାୟତ ଅଧିକାରୀ, GRS, PO ଏବଂ APO ଙ୍କ ନା ରେ ଠକେଇ ମାମଲା ରୁଜୁ ହୋଇହୋଇଥିବା ଜଣାଯାଇଛି।ପୁଣି ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଓ ଲୋକପାଳ ଙ୍କୁ ଅଭିଯୋଗ କରିବା ପାଇଁ ନିଷ୍ପତି ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ ରୁ ଜଣାଯାଇଛି।


ସୂଚନା ଯୋଗ୍ୟ ଯେ ପୂର୍ବରୁ ସେହି ଗ୍ରାମର ବସନ୍ତ ସାହୁ ଙ୍କ ଜମି ନଥାଇ ତାଙ୍କ ନା ରେ 2 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ ହୋଇଥିବା ନେଇ ବସନ୍ତ ଙ୍କ ଅଭିଯୋଗ ପ୍ରକାରେ କବିସୂର୍ଯ୍ୟନଗର ଥାନାରେ କେସ ନଂ 666/2023 ରେ ସଂଗୀନ ଦଫା ରେ ମାମଲା ରୁଜୁ ହୋଇଥିବା ବେଳେ ପୁଣି ଗ୍ରାମବାସୀ ଙ୍କ ଅଭିଯୋଗ ପ୍ରକାରେ ଆଉ ଏକ ମାମଲା କୁ ନେଇ କବିସୂର୍ଯ୍ୟନଗର ବ୍ଲକ ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। କୋଟି କୋଟି ଟଙ୍କା ର ଦୁର୍ନୀତି ରେ ଲିପ୍ତ ଥାଇ ନିର୍ମଳ ଭାବ ମୂର୍ତ୍ତି ଦେଖାଉଥିବା କର୍ମଚାରୀ ଙ୍କ ଅସଲ ମୁଖା ଏବେ ଖୋଲିବ ବୋଲି ଆଲୋଚନା ହେଲଣି। ଅନ୍ୟ ପକ୍ଷରେ ଘଟଣା ରେ ସମ୍ପୃକ୍ତ କର୍ମଚାରୀ ଙ୍କୁ ଗିରଫ ଦାବୀ କରି କବିସୂର୍ଯ୍ୟନଗର ବ୍ଲକ ରେ ଜରଡ ବାସି ଆନ୍ଦୋଳନ କୁ ଓଲ୍ହାଉଥିବା ସୂଚନା ମିଳିଛି। ହେଲେ କେବେ ହେବ କାର୍ଯ୍ୟନୁଷ୍ଠାନ ତାହା ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.