ବ୍ରହ୍ମପୁର ବାର୍ ଆସୋସିଏସନ୍ ର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ ଶିବିର…

ବ୍ରହ୍ମପୁର,୦୭/୧୧- ବ୍ରହ୍ମପୁର ଉପଖଣ୍ଡ ନିର୍ବାଚନ ବିଭାଗ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀ ଙ୍କ ତତ୍ତ୍ଵାବଧାନରେ ଆଜି ବାର୍ ଆସୋସିଏସନ୍ ସଦସ୍ୟଙ୍କ ଉପସ୍ଥିତି ରେ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆଜି ତା ୦୭.୧୧.୨୦୨୩ରିଖ ଏବଂ ତା ୦୮.୧୧.୨୦୨୩ରିଖ ଦୁଇ ଦିନ ଚାଲୁ ରହିବ l ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବ୍ରହ୍ମପୁର ବାର୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ଏବଂ ସଦସ୍ୟଙ୍କ ପରିବାର ଭୋଟର ତାଲିକାରେ ନିଜ ନାମ ସଂଯୋଗ କରିବେ ଏବଂ ଏକ ଭୋଟର ଭାବେ ଭୋଟ ଦେଇପାରିବେ l ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଧେଶ କ୍ରମେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ସଙ୍ଗଠନ ର ଅଣ ନାମୀ ନାଗରିକଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପ କରି ଏକ ଭୋଟର ଭାବେ ଭୋଟ ଦେଇପାରିବେ ବୋଲି ଗୁରୁତ୍ୱାରୋପ କରିଛନ୍ତି l ଏଣୁ ଆଜି ବ୍ରହ୍ମପୁର ବାର୍ ଆସୋସିଏସନ୍ ର ସଦସ୍ୟ ମାନଙ୍କୁ ନେଇ BLO ଓ BLO superviser ଙ୍କ ସହାୟତା ରେ ଏକ ସଂକ୍ଷିପ୍ତ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଉପଜିଲ୍ଲାପାଳ ଶ୍ରୀ କୁଲକର୍ଣୀ ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ voter help line AAP ଏବଂ voter service portal ମାଧ୍ୟମରେ ନିଜର ଏବଂ ନିଜ ପରିବାରର ଯୋଗ୍ୟ ଭୋଟର ମାନଙ୍କ ନାମ ସଂଯୋଗ ଓ ସଂଶୋଧନ କରିପାରିବେ । ଫର୍ମ ୬, ଫର୍ମ ୭, ଓ ଫର୍ମ ୮ ବିଷୟରେ ବୁଝାଇଥିଲେ l ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଚଳିତ ବର୍ଷ ଭୋଟର ତାଲିକାରେ ନାମ ସଂଯୋଗ , ସଂଶୋଧନ ଓ ବିଲୋପ ନିମନ୍ତେ ତା ୨୭.୧୦.୨୦୨୩ରିଖ ଠାରୁ ଆରମ୍ଭ ହୋଇ ତା ୦୯.୧୨.୨୦୨୩ରିଖ ପଯ୍ୟନ୍ତ ଚାଲୁ ରହିବ l ଏହି କାର୍ଯ୍ୟକ୍ରମରେ ବାର୍ ଆସୋସିଏସନ୍ ର ସଭାପତି ମିନତି ରଥ, ସଚିବ ଶିବ ନାରାୟଣ ସାହୁ, ପି ନରସିଂହ ପାତ୍ର ସରକାରୀ ଓକିଲ ,ତାପସ କୁମାର ସାହୁ ଯୁଗ୍ମ ସମ୍ପାଦକ,ବାର୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.