ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ : ଶିଶୁ ମହୋତ୍ସବ ଉପଲକ୍ଷେ ପ୍ରତିଯୋଗିତା…

ହିଞ୍ଜିଳିକାଟୁ ୫/୧୧ : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ରବିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ପ୍ରଦ୍ବୀପ ପ୍ରଜ୍ବଳନ କରି ଉଦ୍ଘାଟିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଦୀତୀକୃଷ ପଣ୍ଡା, ସମାଜସେବୀ ଦିଲ୍ଲିପ କୁମାର ବୈଠାରୁ, ୱାର୍ଡ ସଭ୍ୟ ରୁକ୍ମିଣୀ ବିଶୋଈ, ଅନୁଷ୍ଠାନ ରଗୁରୁ ସତ୍ୟନାରାୟଣ ସାହୁ, ସମ୍ପାଦକ ଲିଙ୍ଗରାଜ ସେନାପତି, ଯୁଗ୍ମ ସମ୍ପାଦକ ତରଣି ସାହୁ, ନୃତ୍ୟ ଗୁରୁ ମାନସ ରଞ୍ଜନ ରଥ,ଗୁରୁ ଦିଲ୍ଲିପ କୁମାର ସାହୁ, ରଜନୀକାନ୍ତ ସାହୁ, ପର୍ଶୁରାମ ସାହୁ ଯୋଗଦେଇଥିଲେ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇ ଶହ ପଚାଶ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଓଡିଶୀ ନୃତ୍ୟଗୁରୁ ହରିହର ସାସ୍ତୀୟ ସଙ୍ଗିତ ବିଦ୍ୟାଳୟ କବିସୂର୍ଯ୍ୟନଗର ଅଭୟ ପରିଡା ଏବଂ ଉତ୍କଳିକା ନୃତ୍ୟାନୁଷ୍ଠାନ ବ୍ରହ୍ମପୁର ସୁମନ ଶେଖର ମାଝି ଙ୍କ ଭଳି ଅଭିଜ୍ଞ ଏବଂ ନିରପେକ୍ଷ ବିଚାରପତି ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୁରୁ ନିରଞ୍ଜନ ସାହୁ, ସାମ୍ବାଦିକ ବିଶ୍ବମ୍ବର ସାହୁ,ମାନସ ରଞ୍ଜନ ଵେହେରା, ରମାକାନ୍ତ ସାହୁ, କ୍ରିଷ୍ଣା ମହାରଣା,ବିଶ୍ଵପତି ସତପଥି ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତା ୧୧ତାରିଖ ଶନିବାର ଚିତ୍ରାଙ୍କନ,ମ୍ୟୁଜିକ, କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେଵବୋଲି ଅନୁଷ୍ଠାନ ଗୁରୁ ରଜନୀକାନ୍ତ ସାହୁ କହିଛନ୍ତି

nis-ad
Leave A Reply

Your email address will not be published.