ଏମକେଏସପିରେ ଭିକାରୀ ବଳ ଭଜନ ସନ୍ଧ୍ୟା ଆୟୋଜିତ…

ଫୁଲବାଣୀ:ଓଡିଶୀ ସଂଗୀତ ଗୁରୁ ତଥା ବିଶିଷ୍ଟ ଗାୟକ ଭଜନ ସମ୍ରାଟ ଭିକାରୀ ଚରଣ ବଳଙ୍କ ୧୩ ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ହୋଇଥିଲା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ । ଫୁଲବାଣୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଠାରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଆଧ୍ୟାତ୍ମିକ ବିଚାରଧାରା ପୃଷ୍ଠପୋଷକ ବିପ୍ର ଚରଣ ପାତ୍ର ମୁଖ୍ୟ ଅତିଥି ଏବଂ ଉପ-ଆରକ୍ଷୀ ଅଧିକ୍ଷକ କମଳ କୁମାର ପଣ୍ଡା,ସମ୍ମାନିତ ଅତିଥି ରୂପେ ଯୋଗଦେଇ ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୀବନୀ ଚର୍ଚ୍ଚା କରିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ଶ୍ରୀମତୀ ହରପ୍ରିୟା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ ହୋଇଥିବାରୁ ତାଙ୍କୁ ସମ୍ମାନ ଡଣାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନର ସଭାପତି ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ଅବସରରେ ମୁଖ୍ୟ ଅତିଥି ବିପ୍ର ଚରଣ ପାତ୍ରଙ୍କୁ ସାମାଜିକ ସେବା,ଆଧ୍ୟାତ୍ମିକ ବିଚାରଧାରା ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ସଂବର୍ଦ୍ଧିତ କରାଯାଇଥିଲା। ଉପସଭାପତି ବନବିହାରୀ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସଂପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଆୟୋଜିତ ଭଜନ ପରିବେଷଣ ବେଶ୍‌ ମନଛୁଆଁ ହୋଇଥିଲା। ଶ୍ରୀମତୀ ପ୍ରଣତି ତ୍ରିପାଠୀ ଙ୍କ ସଂଯୋଜନାରେ ଅନୁଷ୍ଟିତ ଉକ୍ତ ଭଜନ ସନ୍ଧ୍ୟାରେ ଅସିତ୍‌ ନନ୍ଦ,ରମାକାନ୍ତ ମାଝୀ, ସନାତନ ମିଶ୍ର, ବିଦୁଲତା ଦେବୀ ପ୍ରମୁଖ ସଂଗୀତକାରଙ୍କ ସହ ମାନସ ସିଂ, ଗୋପୀନାଥ ରାଉତ, ମନୋଜ କୁମାର ଓ ଅନେକ ବାଦ୍ୟକାରଙ୍କ ସହଯୋଗରେ ଭଜନ ଗୁଡ଼ିକ ଶ୍ରୁତିମଧୁର ହୋଇଥିଲା। ଏମ୍‌ କେ ଏସ୍‌ ପି ର ସାଂସ୍କୃତିକ ସଂପାଦକ ସଚ୍ଚିଦାନନ୍ଦ ମହାପାତ୍ରୂ, ବିପିନ୍‌ ପଟ୍ଟନାୟକ, ସହ-ସଂପାଦକ ଶ୍ରୀ ସତ୍ୟବ୍ରତ ପାତ୍ର, କୋଷାଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର,ପ୍ରଭାତ ଦାସ୍‌,ସଂଗ୍ରାମ ସିଂ ପଟ୍ଟନାୟକ, ଶଶୀଭୂଷଣ ପ୍ରଧାନ, ଗୌରୀଶଙ୍କର ବେହେରା ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।

nis-ad
Leave A Reply

Your email address will not be published.