ଚୋରା ବାଲି ମାଫିଆ ମାନଙ୍କ ଭୟ ଏବେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି..!

ଆସିକା ତହସିଲ ପକ୍ଷରୁ ବେଆଇନ ବାଲି, ପଥର ଚାଲାଣ ଧରପଗଡ଼



ବ୍ରହ୍ମପୁର :୩-୧୧ ଆସିକା ତହସିଲଦାରଙ୍କ ନେତୃତ୍ୱ ରେ ବେଆଇନ ବାଲି ଓ ପଥର ଗାଡି କୁ ଧରି ଜରିମାନା ଆଦାୟ କରାଯାଇଛି। ବିନା ୱାଇ ଫର୍ମ ରେ ଆସିକା ରେ ରୀତିମମତ ଚୋରାରେ ବାଲି ଓ ବିଭିନ୍ନ ପାହାଡ଼ ରୁ ପଥର ଚାଲାଣ ହୋଇ କ୍ରସର ଗୁଡିକୁ ନିଆଯାଉଥିବା ଅଭିଯୋଗ ହେଉଥିଲା। ଆଜି ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ରୀନା କୁମାରୀ ନାୟକ ଙ୍କ ନେତୃତ୍ୱ ରେ ୪ ଟିଟ୍ରାକ୍ଟର ଓ ଗୋଟିଏ ହାଇୱା କୁ ଧରିଥିଲେ। ଅତର୍କିତ ଚଢ଼ାଉ କରି ବାଲିଘାଟ ରୁ ୱାଇ ଫର୍ମ ନଥାଇ ବେଆଇନ ବାଲି ଉଠାଇ ହାଇୱା ରେ ଆସୁଥିବା ସମୟରେ ଚଢ଼ାଉ କରିଥିଲେ।ମାଲିକ ମାନଙ୍କ ଠାରୁ ଏକ ଲକ୍ଷ ୨୯ ହଜର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣା ପଡିଛି। ପ୍ରକାଶ ଥାଉକି ଆସିକା ଅଞ୍ଚଳ ର କେତେକ କୁଜି ନେତା ରାଜନୈତିକ ଦଳ ରେ ଆଶ୍ରୟ ନେଇ ଏହି ଚୋରା ସାମ୍ରାଜ୍ୟ ରେ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ରାଜନୈତିକ ଦଳର ଚାପ ଅଧିକାରୀ ଙ୍କ ଉପରେ ପ୍ରୋୟୋଗ କରି ଭୟ ସଂଚାର କରୁଥିବା ପୂର୍ଵରୁ ଚର୍ଚ୍ଚା ହୋଇ ଆସୁଛି। ଦଳ କୁ ଢାଲ କରି କେତେ ବେଳେ ବିନା ୱାଇ ଫର୍ମ ରେ ତ କେତେ ବେଳେ ମ୍ୟାଜିକ ପେନ ର କମାଲ କରି ପଥର, ବାଲି ଚାଲାଣ କରୁଥିବା ନଜିର ରହିଛି। ଆସିକା ରେ ଥିବା କେତେକ କ୍ରସର ୟୁନିଟ ରେ ନାବାଳକ ମାନଙ୍କୁ ବିନିଯୋଗ କରୁଥିବା ଚର୍ଚ୍ଚା ହେଉଛି। ଚୋରା ବାଲି ସମ୍ରାଟ ଗିରଫ ପରେ ସବୁ ତହସିଲ ଅଞ୍ଚଳ ରେ କର୍ମଚାରୀ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିବା ଲକ୍ଷ୍ୟ କରାଯାଇଛି।

nis-ad
Leave A Reply

Your email address will not be published.