ତିନୋଟି ଥାନା ପୋଲିସ ର ମିଳିତ ଭାବେ ବାଲି ମାଫିଆ ମୁଦୁଲି ଘରେ ଚଢ଼ାଉ …

ବହୁ କାରନାମା ପୋଲିସ ହାତରେ ! ମାଫିଆ ମାନଙ୍କ କକୁଆ ଭୟ…


ଭୁବନେଶ୍ୱର : ୪-୧୧ ଚୋରା ବାଲି ସମ୍ରାଟ ମୁଦୁଲି କୁ ସାଙ୍ଗରେ ନେଇ ପୋଲିସ ର ତନା ଘନା। ଛତ୍ରପୁର, କୋଦଳା ଓ ଗଞ୍ଜାମ ପୋଲିସ ର ମିଳିତ ଚଢ଼ାଉ। ବ୍ରହ୍ମପୁର ସ୍ଥିତ ଲୋଚାପଡା ଆମତ୍ୟ ନଗର ରେ ଥିବା କୃପାସିନ୍ଧୁ ମୁଦୁଲି ର ବାସ ଭବନ ରେ ଚଢ଼ାଉ ବହୁ ନଥିପତ୍ର ପୋଲିସ ହାତରେ ଲାଗିଛି। ଏବେ ମୁଦୁଲି କୁ ଗଞ୍ଜାମ ପୋଲିସ ଦୁଇ ଦିନିଆ ରିମାଇଣ୍ଡ ରେ ଆଣିଥିଲେ। ବ୍ରହ୍ମପୁର ପୋଲିସ ପୁଣି ରିମାଇଣ୍ଡ ରେ ଆଣିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ପୋଲିସ ହାତରେ ବହୁ ସୁରାକ ମିଳିଥିବା ନେଇ ଚର୍ଚ୍ଚା ହେବା ପରେ ସମ୍ରାଟ ର ସହଯୋଗୀ ଓ ପଛରେ ଥିବା ଅଦୃଶ୍ୟ ଶକ୍ତି ଏବେ ହରଡ଼ ଘଣାରେ ପଡ଼ିଥିବା ଚର୍ଚ୍ଚା ର ବିଷୟ ହୋଇଛି। ଦୀର୍ଘ ଦଶନ୍ଧି ଧରି ଚାଲୁଥିବା ସାମ୍ରାଜ୍ୟ ର ଏବେ ପତନ ଘଟିବ ଚୋରା ବାଲି ସମ୍ରାଟ ପାଖରେ ଥିବା ଅପରାଧ ତତ୍ତ୍ଵ ମାନେ ମଧ୍ୟ ଗିରଫ ହେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି l ନକଲି ୱାଇ ଫର୍ମ ଘଟଣା କୁ ନେଇ ଗଞ୍ଜାମ ପୋଲିସ ପୁରୀ ର ଏକ ଛପା ଖାନାକୁ ଯାଇ ତଦନ୍ତ କରିଥିଲେ ସେଠାରୁ ବି କିଛି ସୁରାଗ ପୋଲିସ ହାତରେ ଲାଗିଛି l ପୋଲିସ ର ଏହିପରି କାର୍ଯାନୁଷ୍ଠାନ କୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ରେ ପ୍ରଶଂସା ର ସୁଅ ଛୁଟୁଛି, ଯେଉଁ ଅଫିସର ମାନଙ୍କୁ ନେଇ ବେଦଶାହ ବାଲି ମାଫିଆ ନିଜ ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲା ସେମାନଙ୍କୁ ପୋଲିସ କେବେ ଲୋକ ଲୋଚନ କୁ ଆଣିବ ତାହାକୁ ଅପେକ୍ଷା l ବର୍ତ୍ତମାନ ଓଡିଶା ର ଅନେକ ବାଲି ମାଫିଆ ଓ ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି ପ୍ରାୟ ବାଲିଘାଟ ଏବେ ଶୂନ ସାନ କହିଲେ ଚଳେ l ଏଠାରେ ସୂଚନା ଥାଉକି ଚୋରା ବେପାରୀ ଓ ମାଫିଆ ମାନେ ବାଲିକୁ ସୁନା ଦରରେ ବିକ୍ରି କରି ଆସୁଥିଲେ ଯାହାର କି ପ୍ରଶାସନ ର କୌଣସି ଅଙ୍କୁଶ ନଥିଲା ନିରୀହ ସାଧାରଣ ଲୋକଟି ଘର ପାଇଁ ବାଲି ଟିଏ ପାଉନଥିଲା ଅଭିଯୋଗ ହେଲେ ବି ଜିଲ୍ଲା ପ୍ରଶାସନ ଆଖିବନ୍ଦ କରି କୋଟି କୋଟି ରାଜସ୍ବ ହରି ଲୁଟ କୁ ପ୍ରଶ୍ରୟ ଦେଇ ଆସୁଥିବା ନଜିର ରହିଛି ସେ ଯାହାବି ହେଉ ଗଞ୍ଜାମ ଏସ ପି ଙ୍କ ଏହି ଭଳି ପଦକ୍ଷେପ କୁ ଲୋକେ ପ୍ରଶଂସା କରୁଛନ୍ତି.. I

nis-ad
Leave A Reply

Your email address will not be published.