ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ଦାନା ବର୍ଷ ପାଳନ ଅବସରରେ ପଞ୍ଚାୟତ ପ୍ରତିନିଧିଙ୍କ ଆଲୋଚନା ଚକ୍ର…

ଦାରିଙ୍ଗବାଡ଼ି (୩/୧୧) : ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ଦାନା ବର୍ଷ ପାଳନ ଅବସରରେ ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ କୃଷକମାନଙ୍କୁ ନେଇ କ୍ଷୁଦ୍ରଶସ୍ୟ ଦାନା ଚାଷ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ କରି ବ୍ଳକ ଅଞ୍ଚଳରେ କ୍ଷୁଦ୍ରଶସ୍ୟ ଦାନା ତଥା ବାଜରା,କୁଇରୀ, ମାଣ୍ଡିଆ,ଜନା, କାଙ୍ଗୁ ,ସୁଆଁ ଚାଷ କିପରି ଅଧିକ ମାତ୍ରାରେ କୃଷକ ମାନେ ଚାଷକରିବେ ଓ ତାଙ୍କ ଖାଦ୍ୟ ସାରଣୀରେ ଏହାକୁ ଅଧିକ ଗୁରୁତ୍ୱ ଦେବେ ସେ ନେଇ ପଞ୍ଚାୟତରାଜ ପ୍ରତିନିଧି ମାନଙ୍କୁ ଏହାର ଉପକାରୀତା ସମ୍ପର୍କରେ ଆଲୋଚନା କରି ସଚେତନ କରିଥିଲେ । ଏହି ଆଲୋଚନା ଚକ୍ରକୁ ଜାଗୃତି ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ବ୍ଳକ କୃଷି ଅଧିକାରୀ ସୀତାଅଂଶୁ ମଲିକ ଯୋଗଦେଇ କ୍ଷୁଦ୍ରଶସ୍ୟ ଦାନା ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଜାଗୃତି କର୍ମଚାରୀ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.